ଏକ କିଲୋଗ୍ରାମ୍‌ ପଲିଥିନ ଗୋଟାଇ ଆଣିଲେ ମିଳିବ ପେଟପୁରା ଭୋଜନ

ଅମ୍ବିକାପୁର: ପଲିଥିନ ପରିବେଶ ପାଇଁ କ୍ଷତିକାରକ ବୋଲି ଜାଣିବା ପରେ ମଧ୍ୟ ଆମେ ଲଗାମହୀନ ଭାବେ ତାର ପ୍ରୟୋଗ କରିଥାଉ। ପ୍ଲାଷ୍ଟିକ୍‌ର ପୁନଃ ପ୍ରୟୋଗ ପାଇଁ ଛତିଶଗଡ଼ର ଅମ୍ବିକାପୁରରେ ଦେଶର ପ୍ରଥମ ଗାର୍ବେଜ୍‌ ପ୍ଲାଣ୍ଟ୍‌ର ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାରେ ନଗର ନିଗମ ସହର ଲୋକଙ୍କୁ ପଲିଥିନ୍‌ ବଦଳରେ ଭୋଜନ ପ୍ରଦାନ କରିବ।

photo-rediff

ଏହି ଅଭିଯାନରେ ରାସ୍ତାରେ ପଡ଼ିଥିବା ଏକ କିଲୋଗ୍ରାମ୍‌ ପଲିଥିନ ଗୋଟାଇ ଆଣିଲେ ପେଟପୁରା ଭୋଜନ ଦିଆଯିବ ଓ ଅଧା କିଲୋଗ୍ରାମ୍‌ ପଲିଥିନ ଆଣିଲେ ପେଟପୁରା ଜଳଖିଆ ଖାଇବାକୁ ଦିଆଯିବ। ମେୟର ଡାକ୍ତର ଅଜୟ ତିର୍କୀ କହିଛନ୍ତି ଯେ ଗାର୍ବେଜ୍‌ କାଫେ ଅଭିଯାନ ଆରମ୍ଭ କରୁଥିବା ଅମ୍ବିକାପୁର ଦେଶର ଏଭଳି ପ୍ରଥମ ସହର ହେବ। ଏଥିରେ ପ୍ରତିଦିନ ଶହେ ଜଣ ଲୋକଙ୍କୁ ଭୋଜନ କରାଇବାର ବ୍ୟବସ୍ଥା କରାଯିବାର ଯୋଜନା ରହିଛି ବୋଲି ସେ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ସମଗ୍ର ଦେଶରେ ସ୍ୱଚ୍ଛତା ଅଭିଯାନରେ ଅମ୍ବିକାପୁରକୁ ଦ୍ୱିତୀୟ ସ୍ଥାନ ମିଳିଛି।

ସମ୍ବନ୍ଧିତ ଖବର