ମାସୁଦ ଆଜାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପ୍ରସଙ୍ଗରେ ସକାରାତ୍ମକ ଅଗ୍ରଗତି ହୋଇଛି : ଚୀନ

ବେଜିଂ : ମାସୁଦ ଆଜାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ଦିଗରେ କେତେକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି । ଏହା ସତ୍ତ୍ୱେ ଆମେରିକା ଏ ପ୍ରସଙ୍ଗରେ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଗତ କରିବା ଦୁର୍ଭାଗ୍ୟଜନକ । ଏହା ପ୍ରସଙ୍ଗକୁ ଅଧିକ ଜଟିଳ କରିବ ବୋଲି ଚୀନ ସୋମବାରଦିନ କହିଛି ।

ଚୀନର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଜେଙ୍ଗ ସୁଆଂ କହିଛନ୍ତି ଯେ ମାସୁଦ ପ୍ରସଙ୍ଗରେ ଚୀନ ଓ ଏ ସଂପର୍କିକ ସବୁ ପକ୍ଷଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି ଓ ସେଥିରେ କେତେକ ଉଲ୍ଲେଖନୀୟ ସକାରାତ୍ମକ ଅଗ୍ରଗତି ହୋଇଛି । ଏହା ଆମେରିକା ମଧ୍ୟ ଜାଣିଛି । ଏହା ସତ୍ତ୍ୱେ ଆମେରିକା ଜାତିସଂଘର ୧୨୬୭ ଟେରର ପ୍ୟାନଲକୁ ଅଡେଇ ସିଧାସଳଖ ନିରାପତ୍ତା ପରିଷଦକୁ ଯିବା ସ୍ଥିତିକୁ ଜଟିଳ କରିବ ।

ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଯେତେ ଥର ଉଦ୍ୟମ ହୋଇଛି ସବୁଥର ଚୀନ ସେଥିରେ ବିଭିନ୍ନ କାରଣ ଦେଖାଇ ପ୍ରତିବନ୍ଧକ ସୃଷ୍ଟି କରୁଛି । କିନ୍ତୁ ଗତ ସପ୍ତାହରେ ଆମେରିକା ନିରାପତ୍ତା ପରିଷଦରେ ଏହି ଚିଠା ପ୍ରସ୍ତାବ ଆଗତ କରିଥିଲା ।

ସମ୍ବନ୍ଧିତ ଖବର