କଦଳୀ ନ କିଣିଲେ ୧୦୦, ଟିଭି ବନ୍ଦ ନ କଲେ ୫୦୦ ଏବଂ ଘରକୁ ବିଳମ୍ବରେ ଆସିଲେ ୨୦୦୦ଟଙ୍କା ଜରିମାନା ଲଗାଉଥିଲା ସ୍ୱାମୀ, ବିବ୍ରତ ହୋଇ ଛାଡ଼ପତ୍ର ମାଗିଲା ସ୍ତ୍ରୀ

ପୁଣେ : ପୁଣେରେ ଛାଡ଼ପତ୍ରକୁ ପାଇଁ ଏକ ଅଜବ କାରଣ ସାମ୍ନାକୁ ଆସିଛି । ପ୍ରତି କଥାରେ ସ୍ୱାମୀ ଜରିମାନା ମାଗୁଥିବାରୁ ସ୍ତ୍ରୀ ଛାଡ଼ପତ୍ରର ଆବେଦନ କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଛୋଟ ଛୋଟ କଥାରେ ଜରିମାନା ଦେବା ପାଇଁ ବାଧ୍ୟ କରୁଥିବା ସ୍ୱାମୀଠାରୁ ନିଜକୁ ଦୂରେଇବା ପାଇଁ ସ୍ତ୍ରୀ ଏହି ପଦକ୍ଷପ ନେବା ପାଇଁ ବାଧ୍ୟ ହୋଇଥିବା କହିଛନ୍ତି ।

oneindia.com

ସୂଚନା ମୁତାବକ, ୧୪ବର୍ଷ ପୂର୍ବରୁ ଅନୀଲଙ୍କୁ ବିବାହ କରିଥିଲେ ଶ୍ୱେତା । ପ୍ରଥମେ ପ୍ରଥମେ ସବୁ ଠିକ୍‌ ଥିଲା । କିନ୍ତୁ ଧିରେ ଧିରେ ଅନୀଲଙ୍କ ବ୍ୟବହାର ବଦଳିବାକୁ ଲାଗିଲା । ସବୁ କଥାରେ ସେ ଜରିମାନା ଲଗାଇବା ଆରମ୍ଭ କରିଦେଲେ । କେତେ ବେଳେ କଦଳୀ ନ କିଣିଲେ ୧୦୦ଟଙ୍କା ଜରିମାନା ତ କେବେ ଟିଭି ବନ୍ଦ କରିବାକୁ ଭୁଲି ଗଲେ ୫୦୦ଟଙ୍କା ଜରିମାନା ଲଗାଇବା ଆରମ୍ଭ କଲେ । ଏପରି କରି ଅନୀଲ ଶ୍ୱେତାଙ୍କଠାରୁ ଟଙ୍କା ହଡ଼ପ କରିବା ଆରମ୍ଭ କରିଥିଲେ । ହୋଟେଲ ମ୍ୟାନେଜମେଣ୍ଟ ପାଠ ପଢ଼ି ଅନୀଲ ଚାକିରି କରିବା ସହ ଶ୍ୱେତା ମଧ୍ୟ ଏମ୍‌ବିଏ କରି ଚାକିରି କରିଥିଲେ । କିନ୍ତୁ ଶ୍ୱେତାଙ୍କୁ ମିଳୁଥିବା ସବୁ ଟଙ୍କା ଅନୀଲ ଜରିମାନା ଆକାରରେ ତାଙ୍କଠାରୁ ନେଇ ଯାଉଥିଲେ । ନିଜ ଇଚ୍ଛାରେ ଶ୍ୱେତା ପୋଷାକ ପିନ୍ଧି ପାରୁ ନଥିବା ସହ ବାହାରକୁ ମଧ୍ୟ ଯାଇ ପାରୁ ନଥିଲେ । ଅନୀଲଙ୍କ ଏପରି କାମରେ ବିରକ୍ତ ହୋଇ ଶେଷରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି ଶ୍ୱେତା ।

ସମ୍ବନ୍ଧିତ ଖବର