ଟ୍ବିଟର୍‌ ଖେଳ; ଟ୍ବିଟ୍‌ କରି ମହିଳାଙ୍କ ଫୋନ୍‌ ନମ୍ବର ମାଗିଥିବା ଯୁବକଙ୍କୁ ପୁଲିସ୍‌ ଚଖାଇଲା ଏପରି ମଜା

ପୁଣେ: ଟ୍ବିଟ୍‌ରରେ ଅନେକ ମଜାଦାର ପୋଷ୍ଟ୍‌ ଆପଣ ପୂର୍ବରୁ ଦେଖିଥିବେ। ନିକଟରେ ପୁଣେ ପୁଲିସ୍‌ର କିଛି ପୋଷ୍ଟ୍‌ ଟ୍ବିଟର୍‌‌ରେ ଚର୍ଚ୍ଚା ପାଲଟିଛି। ବ୍ୟବହାରକାରୀମାନେ ପୋଷ୍ଟ୍‌ଗୁଡ଼ିକୁ ଖୁବ୍‌ ପସନ୍ଦ କରିବାରେ ଲାଗିଛନ୍ତି। ଜଣେ ମହିଳାଙ୍କ ନମ୍ବର ମାଗୁଥିବା ଯୁବକକୁୁ ଯେଉଁ ଭଳି ଭାବେ ପୁଣେ ପୁଲିସ୍‌ ମଜା ଚଖାଇଛି ତାହା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଜାଣିବାକୁ ମିଳିିଛି ଯେ ଚିକ୍‌ଲୁ ନାମକ ଜଣେ ଯୁବକ ନିଧି ଦୋଷୀ ନାମ୍ନୀ ଜଣେ ମହିଳାଙ୍କୁ ଟ୍ବିଟ୍‌ କରି ତାଙ୍କ ଫୋନ୍‌ ନମ୍ବର ମାଗିଥିଲେ। ଚିକ୍‌ଲୁ ଟ୍ବିଟ୍‌ କରିଥିଲେ କି ‘ଦୟାକରି ଆପଣଙ୍କ ନମ୍ବର ମୋତେ ଦେବେ କି?’

ଯୁବକଙ୍କ ଏହି ଟ୍ବିଟ୍‌ର ପ୍ରତିକ୍ରିୟା ରଖିଥିଲେ ନିଧି। ପ୍ରତିକ୍ରିୟା ରଖି ସେ ଚିକ୍‌ଲୁଙ୍କୁ ନୁହେଁ ବରଂ ପୁଣେ ପୁଲିସ୍‌କୁ ଟ୍ବିଟ୍‌ କରିଥିଲେ। ପୁଣେ ପୁଲିସ୍‌କୁ ଟ୍ବିଟ୍‌ କରି ନିଧି ଲେଖିଥିଲେ, ‘ମୁଁ ଧନୌରୀ ପୁଲିସ୍‌ ଷ୍ଟେସନ୍‌ର ନମ୍ବର ଜାଣିପାରେ କି। ଅତ୍ୟନ୍ତ ଆବଶ୍ୟକ।’

ନିଧିଙ୍କର ଏହି ଟ୍ବିଟ୍‌ର ଉତ୍ତରରେ ପୁଣେ ପୁଲିସ୍‌ ‌‌ଷ୍ଟେସନ୍‌ ପକ୍ଷରୁ ଟ୍ବିଟ୍‌ କରାଯାଇଥିଲା କି ‘ହଁ ମାଡାମ୍‌। ୦୨୦-୨୭୧୭୧୧୯୦ ହେଉଛି ଆମ ନମ୍ବର।’

ଯୁବକ ଚିକ୍‌ଲୁ କିନ୍ତୁ ଏତିକିରେ ଚୁପ୍‌ ରହି ନଥିଲେ। ସେ ପୁଣେ ପୁଲିସ୍‌ର ଟ୍ବିଟର୍‌ର ଜବାବ ଦେଇ ଲେଖିଲେ, ‘ମୁଁ ସେ ଯୁବତୀଙ୍କ ନମ୍ବର ଜାଣିପାରେ କି?’

ଏହି ଟ୍ବିଟ୍‌ର ଜବାବ ଦେଇ ପୁଣେ ପୁଲିସ୍‌ ଲେଖିଛି , ‘ସାର୍‌ ବର୍ତ୍ତମାନ ଆମେ ଏବେ ଆପଣଙ୍କ ନମ୍ବର ଜାଣିବାକୁ ବେଶି ଆଗ୍ରହୀ। କାହିଁକି ସେ ମହିଳାଙ୍କ ପ୍ରତି ଆପଣଙ୍କର ଏତେ ଆଗ୍ରହ ତାହା ଜାଣିବା ପାଇଁ ଆମକୁ ଆପଣଙ୍କ ନମ୍ବର ନିହାତି ଦରକାର। ଆପଣ ଆମକୁ ସିଧା ମେସେଜ ବି କରିପାରନ୍ତି। ଚିନ୍ତା କରନ୍ତୁନି ଆମେ ଗୋପନୀୟତାକୁ ସମ୍ମାନ କରୁ।’

ମହିଳା-ଯୁବକ-ପୁଲିସ୍‌ଙ୍କର ଏହି ଟ୍ବିଟ୍‌ର ଖେଳ ଏବେ ବେଶ୍‌ ଚର୍ଚ୍ଚା ପାଲଟିଛି। ପୁଣେ ପୁଲିସ୍‌ର ଏପରି ମଜାଦାର ଉତ୍ତରକୁ ବିଭିନ୍ନ ମହଲର ପ୍ରଶଂସା ମିଳିଛି।

ସମ୍ବନ୍ଧିତ ଖବର