ରାହୁଲ୍‌ଙ୍କୁ ଅମିତଙ୍କ କଡ଼ା ସମାଲୋଚନା

ତଥ୍ୟ ଉପରେ ନଜର ଦିଅ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଏସ୍‌ସି/ଏସ୍‌ଟି ନିର୍ଯାତନା ନିବାରଣ ଆଇନ୍‌ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ବିଜେପି ଅଧ୍ୟକ୍ଷ ଅମିତ ଶାହ ରାହୁଲଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଆଖି ମିଟିକାରୁ ଫୁରୁସତ ମିଳିଲେ ତଥ୍ୟ ଉପରେ ବି ରାହୁଲ ଧ୍ୟାନଦେବା ଆବଶ୍ୟକ। ଏନ୍‌ଡିଏ ସରକାର ଏସ୍‌/ଏସ୍‌ଟି ଆଇନରେ ସଂଶୋଧନ ଆଣିବେ ବୋଲି ନିଷ୍ପତ୍ତି ନେଇ ସାରିଥିଲେ ମଧ୍ୟ ରାହୁଲ୍‌ ଆନ୍ଦୋଳନ କରିବା ପଛରେ ଉଦ୍ଦେଶ୍ୟ କ’ଣ ବୋଲି ଅମିତ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର