ଏୟାର ଆମ୍ବୁଲାନ୍ସକୁ ବାଟ ଛାଡ଼ିଲେ ରାହୁଲ

ଥିରୁଅନନ୍ତପୁରମ୍‌: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଦୁଇ ଦିନିଆ କେରଳ ଗସ୍ତରେ ଯାଇଛନ୍ତି। ପ୍ରଥମ ଦିନରେ ରାହୁଲ ଚେଗାନ୍ନୁରସ୍ଥିତ ରିଲିଫ୍‌ ଶିବିର ବୁଲି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି। ଲୋକଙ୍କୁ ଉଦ୍ଧାର କରିବାରେ ମତ୍ସ୍ୟଜୀବୀଙ୍କ ଭୂମିକା ରହିଥିବାରୁ ରାହୁଲ ସେମାନଙ୍କୁ ପ୍ରଶଂସା କରିଛନ୍ତି। ଏହାପରେ ରାହୁଲ ଚେଗାନ୍ନୁରସ୍ଥିତ ହେଲିପ୍ୟାଡ୍‌କୁ ଯାଇଥିଲେ। ସେଠାରୁ ସେ ଅଲାପୁଝା ଯାଇଥାନ୍ତେ। କିନ୍ତୁ ଏକ ଏୟାର ଆମ୍ବୁଲାନ୍ସର ଉଡ଼ାଣ ଜରୁରୀ ଥିବାରୁ ସେ ଅପେକ୍ଷା କରିଥିଲେ। ଏମିତି କି ସେ ଏୟାର ଆମ୍ବୁଲାନ୍ସ ନିକଟକୁ ଯାଇ ରୋଗୀଙ୍କ କଥା ବୁଝିଥିଲେ। ଏହାପରେ ଅନୁମତି ମିଳିବା ପରେ ସେ ବିମାନରେ ବସିଥିଲେ। ଏଭଳି କାର୍ଯ୍ୟ ପାଇଁ ରାହୁଲଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର