ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ରାହୁଲ ଗାନ୍ଧିଙ୍କ ପ୍ରତିଟି କାର୍ଯ୍ୟକଳାପକୁ ନେଇ ବିବାଦ ସୃଷ୍ଟି ହେଉଛି । ବିଶେଷକରି ସୋସିଆଲ ମିଡିଆରେ ତାଙ୍କୁ ଟାର୍ଗେଟ କରାଯାଉଛି । ଏବେ ସେ ହିନ୍ଦୁମାନଙ୍କର ପବିତ୍ର ତୀର୍ଥକ୍ଷେତ୍ର କୈଳାଶ ମାନସରୋବର ଯାତ୍ରାରେ ଯାଇଛନ୍ତି । ନଜର ଭକ୍ତି କାରଣରୁ ସେ ସେଠାକୁ ଯାଇଥିବା କହୁଥିବାବେଳେ ଭୋଟ ପାଇଁ ହିନ୍ଦୁମାନଙ୍କୁ ଆକୃଷ୍ଟ କରିବାକୁ ଏହା ଏକ ନାଟକ ବୋଲି ବିରୋଧୀ କହୁଛନ୍ତି । ରାହୁଲ ସେଠାକୁ ଯିବା ପୂର୍ବରୁ ନେପାଳର ଏକ ରେସ୍ତୋରାଁରେ ଆମିଷ ଭୋଜନ କରିଥିବା ଅଭିଯୋଗ ଆସିବା ପରେ ବିବାଦ ଉଠିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
The waters of lake Mansarovar are so gentle, tranquil and calm. They give everything and lose nothing. Anyone can drink from them. There is no hatred here. This is why we worship these waters in India.#KailashYatra pic.twitter.com/x6sDEY5mjX
— Rahul Gandhi (@RahulGandhi) September 5, 2018
ଏବେ ଏହି ଯାତ୍ରାକୁ ନେଇ ଆଉ ଏକ ବିବାଦ ଦେଖାଦେଇଛି । ତାହା ହେଉଛି ମାନସରୋବରକୁ ସେ କରିଥିବା ଟ୍ଵିଟ୍ । ଟ୍ଵିଟରେ ସେ ମାନସରୋବରର ଏକ ଫଟୋ ଅପଲୋଡ କରିଛନ୍ତି । କିନ୍ତୁ ଏହି ଫଟୋଟି ସେ ଗୁଗୁଲରୁ ନେଇଥିବା ଅଭିଯୋଗ ଉଠିଛି । ପୁଣି ଟ୍ଵିଟର ଚୀନରେ ନିଷିଦ୍ଧ ହୋଇଥିବାବେଳେ ରାହୁଲ କିପରି ଫଟୋ ଟ୍ଵିଟ କଲେ ବୋଲି କେତେକ ଅଭିଯୋଗ କରିଛନ୍ତି । କିନ୍ତୁ କଂଗ୍ରେସ ତରଫରୁ ଏହାକୁ ଖଣ୍ଡନ କରାଯାଇଛି । ଏହା ଅସଲି ଫଟୋ ବୋଲି କଂଗ୍ରେସପକ୍ଷରୁ ଦାବି କରାଯାଇଛି ।