ରାଜସ୍ଥାନରେ ବେକାର ଯୁବକଯୁବତୀଙ୍କୁ ମାସକୁ ମିଳିବ ୩୫୦୦ ଟଙ୍କା

ଜୟପୁର : ବେରୋଜଗାର ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବାକୁ ରାଜସ୍ତାନର କଂଗ୍ରେସ ସରକାର ଏକ ନୂଆ ସ୍କିମ ଆରମ୍ଭ କରିଛନ୍ତି । ଏହି ସ୍କିମର ନାମ ରଖାଯାଇଛି ମୁଖ୍ୟମନ୍ତ୍ରୀ ଯୁବସମ୍ବଳ ଯୋଜନା । ଏହା ଅନୁଯାୟୀ ବେରୋଜଗାର ଯୁବକମାନଙ୍କୁ ମାସକୁ ୩୦୦୦ ଟଙ୍କା ଓ ଯୁବତୀ ଓ ଭିନ୍ନକ୍ଷମଙ୍କୁ ମାସକୁ ୩୫୦୦ ଟଙ୍କାର ଭତ୍ତା ଦିଆଯିବ । ଗତ ଫେବ୍ରୁଆରୀରୁ ଏହା ଲାଗୁ ହେବ । ଯୁବକ ଯୁବତୀମାନେ ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ କିମ୍ବା ସର୍ବାଧିକ ୨ ବର୍ଷ ପର୍ଯ୍ୟନ୍ତ ଏହା ପ୍ରଦାନ କରାଯିବ ।

କେନ୍ଦ୍ର ସରକାରଙ୍କ ସୂଚନା  ଅନୁସାରେ  ଦେଶର ବେକାରୀ ହାର ୪୫ ବର୍ଷରେ ସର୍ବାଧିକ ୬.୮ ପ୍ରତିଶତକୁ ବୃଦ୍ଧି ପାଇଛି । କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ସହରାଞ୍ଚଳର ମୋଟ ନିଯୁକ୍ତିକ୍ଷମ ଲୋକଙ୍କ ମଧ୍ୟରୁ ୭.୮ ପ୍ରତିଶତ ଓ ଗ୍ରାମାଞ୍ଚଳର ମୋଟ ନିଯୁକ୍ତିକ୍ଷମ ଲୋକଙ୍କ ମଧ୍ୟରୁ ୫.୨ ପ୍ରତିଶତ ବେକାର ଅଛନ୍ତି । ସେହିପରି ପୁରୁଷଙ୍କ ବେକାରୀ ହାର ୬.୨ ପ୍ରତିଶତ ଓ ମହିଳାଙ୍କ ବେକାରୀ ହାର ୫.୭ ପ୍ରତିଶତ ରହିଛି ।

ସମ୍ବନ୍ଧିତ ଖବର