ସିନେମାହଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ: ୟୁପିରେ ଆଲୋଡ଼ନ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମଓ୍ଵାନାରେ ଏକ ସିନେମା ହଲ୍‌ ଭିତରେ ଜଣେ ନାବାଳିକା(୧୬)ଙ୍କୁ ଗଣଦୁଷ୍କର୍ମ ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ଘଟଣାରେ ସଂପୃକ୍ତ ଦୁଇ ଜଣଙ୍କୁ ପୋଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ଖବର ମୁତାବକ ମିରଟ ଜିଲ୍ଲାର ଜଣେ ନାବାଳିକାଙ୍କ ସହ ସେହି ଅଞ୍ଚଳର ଜଣେ ଯୁବକ ୨ ମାସ ତଳେ ବନ୍ଧୁତା ଆରମ୍ଭ କରିଥିଲା । ଗତକାଲି ସେ ନାବାଳିକାକୁ ଫୁସୁଲାଇ ସିନେମା ଦେଖିବାକୁ ଡାକିଥିଲା ଏବଂ ଭିଡ ବିଶେଷ ହେଉନଥିବା ଏକ ସିନେମା ହଲ୍‌କୁ ନେଇଥିଲା। ହଲ୍‌ ଭିତରେ ହିଁ ସଂପୃକ୍ତ ଯୁବକ ଓ ତା’ର ଜଣେ ସାଥୀ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ଘଟଣା ପରେ ଅଭିଯୁକ୍ତମାନେ ନାବାଳିକାଙ୍କୁ ମୁଜାଫରନଗରରେ ଆଣି ଫୋପାଡି ଦେଇଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ପୁଲିସ୍‌ରେ ଖବର ଦେଇଥିଲେ । ରାଜ୍ୟରେ ଅପରାଧ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଦୁଷ୍କର୍ମ ମାମଲା ମଧ୍ୟ ଉଦ୍‌ବେଗଜନକ ଭାବେ ବଢ଼ୁଛି ।

ସମ୍ବନ୍ଧିତ ଖବର