ଧର୍ମଘଟକାରୀ ଡାକ୍ତରଙ୍କୁ ମମତା ବାନାର୍ଜୀଙ୍କ ଚେତାବନୀ: ୪ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦିଅ

0

ନୂଆଦିଲ୍ଲୀ: ଚାରି ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦିଅ ବୋଲି ଗୁରୁବାର ଦିନ ପଶ୍ଚମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆନ୍ଦୋଳନକାରୀ ଡାକ୍ତରମାନଙ୍କୁ ଚେତାବନୀ ଦେଇଛନ୍ତି। ଆଦେଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଧମକ ମଧ୍ୟ ଦେଇଛନ୍ତି।

ଗୁରୁବାର ଦିନ କୋଲକାତାସ୍ଥିତ ଏସ୍‌ଏସ୍‌କେଏମ୍‌ ହସ୍‌ପିଟାଲ୍‌ ପରିଦର୍ଶନରେ ଯାଇଥିବାବେଳେ କନିଷ୍ଠ ଡାକ୍ତରମାନେ ଚିତ୍କାର କରିଥିଲେ – ଆମେ ନ୍ୟାୟ ଚାହୁଁ। ଚାରି ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ଏଥିରେ ଉତ୍ତ୍ୟକ୍ତ ହୋଇ ମମତା ବାନାର୍ଜୀ ଡାକ୍ତରମାନଙ୍କୁ ଚେତାବନୀ ଶୁଣାଇଥିଲେ। ସେ କହିଲେ: ପ୍ରତି ଡାକ୍ତରଙ୍କ ପିଛା ରାଜ୍ୟ ୨୫ ଲକ୍ଷ ଟଙ୍କା ବ୍ୟୟ କରିଛି ଆଉ ସେମାନେ ଏବେ କାମ ଏଡ଼ାଉଛନ୍ତି। ଏ କଥା ବରଦାସ୍ତ କରି ହେବ ନାହିଁ। ସେମାନେ ଡାକ୍ତର ତ!

Image Source: One India

ଜଣେ ରୋଗୀଙ୍କର ମୃତ୍ୟୁ ଘଟିବା ପରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣରେ ସରବ୍ୟ ହେବା ପରେ ସରକାରୀ ଏବଂ ଘରୋଇ ଡାକ୍ତରଖାନାରେ କନିଷ୍ଠ ଡାକ୍ତରମାନେ ଆରମ୍ଭ କରିଥିବା ଧର୍ମଘଟ ଗୁରୁବାର ଦିନ ତୃତୀୟ ଦିନରେ ପହଞ୍ଚିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.