ରାଫେଲ୍ ଦୁର୍ନୀତି ପ୍ରସଙ୍ଗରେ ରାହୁଲଙ୍କ ନୂଆ ଖୁଲାସା; ଅନୀଲ ଆମ୍ବାନୀ ୧୦ ଦିନ ପୂର୍ବରୁ ରାଫେଲ୍ ଡିଲ ବିଷୟରେ ସବୁ ଜାଣିଥିଲେ
ନୂଆଦିଲ୍ଲୀ: ରାଫେଲ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପୁଣି ଥରେ ମୋଦି ସରକାରଙ୍କୁ କାଠଗଡ଼ାରେ ଠିଆ କରାଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଫେଲ ଦୁର୍ନୀତି ସଂପର୍କରେ ଏକ ନୂଆ ଇ-ମେଲକୁ ଦେଖାଇଛନ୍ତି ରାହୁଲ। ଯେଉଁଥିରେ ଅନୀଲ ଅମ୍ବାନୀଙ୍କ କଥା କୁହାଯାଇଛି। ରାହୁଲ ଅଭିଯୋଗ କରିଛନ୍ତି ଫ୍ରାନ୍ସର ରକ୍ଷାମନ୍ତ୍ରୀଙ୍କ ଅଫିସକୁ ଯାଇଥିଲେ ଅନୀଲ ଆମ୍ବାନୀ। ଏବଂ ସେଠାରେ ଆମ୍ବାନୀ କହିିଥିଲେ ପ୍ରଧାମନ୍ତ୍ରୀ ଆସିଲେ ଏକ ଏମଓୟୁ ସ୍ୱାକ୍ଷର କରାଯିବ। ଯେଉଁଥିରେ ଅନୀଲ ଆମ୍ବାନୀଙ୍କ ନାମ ରହିବ। ତେବେ ରାଫେଲ ଡିଲ ବିଷୟରେ ସେତେବେଳେ ନା ତତ୍କାଳୀନ ରକ୍ଷାମନ୍ତ୍ରୀ ଏ ବିଷୟରେ ଜାଣିଥିଲେ ନା ବୈଦେଶିକ ମନ୍ତ୍ରୀ। କିନ୍ତୁ ରାଫେଲ ଡିଲର ୧୦ ଦିନ ପୂର୍ବରୁ ଅନୀଲ ଆମ୍ବାନୀ ଏହି ଡିଲ ବିଷୟରେ କିପରି ଜାଣିବା ପାଇଁ ପାଇଲେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ।
Sambad is now on WhatsApp
Join and get latest news updates delivered to you via WhatsApp
ରାହୁଲ ସିଧାସଳଖ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ଅନୀଲ ଅମ୍ବାନୀଙ୍କୁ ସହାୟତା କରିଛନ୍ତି। ଆଉ ମଧ୍ୟସ୍ଥତାର କାମ କରିଛନ୍ତି। ଦେଶର ସୁରକ୍ଷା ସହ ପ୍ରଧାନମନ୍ତ୍ରୀ ସାଲିସ କରୁଛନ୍ତି। ପ୍ରଧାନମନ୍ତ୍ରୀ ଯଦି ଏଥିରେ ସାମିଲ ନାହାନ୍ତି ତାହାହେଲେ ଜେପିସି ତଦନ୍ତକୁ କାହିଁକି ସେ ଡରୁଛନ୍ତି ବୋଲି ରାହୁଲ ପଚାରିଛନ୍ତି।