କଂଗ୍ରେସର ନ୍ୟାୟ ଯୋଜନାକୁ ସମର୍ଥନ କରିବ ଆରଜେଡି

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ପକ୍ଷରୁ ନିଜ ନିର୍ବାଚନୀ ଘୋଷଣାପତ୍ର ଆଜି ଜାରି କରାଯାଇଛି । ଆରଜେଡି ଏହାକୁ ପ୍ରତିବଦ୍ଧତା ପତ୍ରଭାବେ ନାମିତ କରିଛି । ପାଟନାସ୍ଥିତ ଦଳର କାର୍ଯ୍ୟାଳୟରେ ତେଜସ୍ୱୀ ଯାଦବଙ୍କ ସମେତ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏହାକୁ ଉନ୍ମୋଚିତ କରାଯାଇଛି ।

ଏହି ପ୍ରତିବଦ୍ଧତା ପତ୍ରରେ ଘୋଷଣା କରାଯାଇଛି ଯେ ସମସ୍ତଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ମିଳିବ । ୭ମ ରୁ ୮ମ ଶ୍ରେଣୀ ପାସ୍ ଥିବା ଲୋକଙ୍କୁ ରାଜ୍ୟରେ ପୁଲିସ ଚାକିରିରେ ସୁଯୋଗ ମିଳିବ । ତାଡିକୁ ଆଇନି ସମ୍ମତ କରାଯିବା ନେଇ ବି ଘୋଷଣା କରାଯାଇଛି । ସଂରକ୍ଷଣ ଏବଂ ଜାତିଗତ ଆଧାରରେ ଜନଗଣନା କରାଯିବା ନେଇ ପ୍ରତିବଦ୍ଧତା ପତ୍ରରେ ଘୋଷଣା କରାଯାଇଛି।

ଆରଜେଡି କଂଗ୍ରେସର ନ୍ୟାୟ ଯୋଜନାକୁ ସମର୍ଥନ କରିବ ବୋଲି ବି ଏଥିରେ ଘୋଷଣା କରାଯାଇଛି। ଏହାଛଡ଼ା ଏଥିରେ ଅଳ୍ପସଂଖ୍ୟକଙ୍କ ସର୍ବାଙ୍ଗୀନ ଉନ୍ନତି ,ଘରୋଇ ସଂସ୍ଥାରେ ସଂରକ୍ଷଣର ସୁବିଧା, ସମାଜବାଦୀ ବିଚାରଧାରାରେ ଗରିବଙ୍କ କଲ୍ୟାଣ, ରାଜ୍ୟରେ ଖାଲି ଥିବା ସବୁ ପଦବୀ ପୂରଣ ଆଦିର ପ୍ରତିଶ୍ରୁତି ଦିଆଯାଇଛି।

ସମ୍ବନ୍ଧିତ ଖବର