୩୦ ବର୍ଷ ପରେ ଆଫଗାନିସ୍ତାନରୁ ଜୀବିତ ମିଳିଲେ ଋଷୀୟ ପାଇଲଟ୍‌, ଘଟଣା କ’ଣ ଜାଣନ୍ତୁ

ମସ୍କୋ : ମୃତ ବୋଲି ଧରାଯାଇଥିବା ଋଷିଆ ବାୟୁସେନାର ଜଣେ ପାଇଲଟ ପ୍ରାୟ ୩୦ ବର୍ଷ ପରେ ଜୀବିତ ମିଳିଛନ୍ତି । ସେ ଆଫଗାନିସ୍ଥାନ-ପାକିସ୍ତାନ ସୀମାବର୍ତ୍ତି ଅଂଚଳରେ ରହୁଥିବା ଜଣାଯାଇଛି । ଏ ସଂପର୍କରେ ଋଷିଆ ପାରାଟ୍ରୁପର ୟୁନିୟନର ମୁଖ୍ୟ ଭାଲେରୀ ଭଷ୍ଟ୍ରୋଟିନ କହିଛନ୍ତି ଯେ ସେ ଜୀବିତ ଅଛନ୍ତି ଓ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି । ତେବେ ଉକ୍ତ ପାଇଲଟଙ୍କ ନାମକୁ ଗୋପନ ରଖାଯାଇଛି । ୧୯୮୭ରେ ଏହି ପାଇଲଟଙ୍କ ବିମାନକୁ ଗୁଳି କରି ଖସାଇଦିଆଯାଇଥିଲା । ବିମାନଟି ଖସିପଡିବାରୁ ଏଥିରେ ଥିବା ପାଇଲଟ ମରିଯାଇଥିବା ସଂଦେହ କରାଯାଉଥିଲା । ଗତ ୩୦ ବର୍ଷ ହେଲା ତାଙ୍କ ପରିବାର ଲୋକମଧ୍ୟ ସେ ମୃତ ବୋଲି ଧରି ନେଇଥିଲେ । କିନ୍ତୁ ଏବେ ସେ ଜୀବିତ ଥିବା ଜଣାପଡିବା ପରେ ତାଙ୍କ ପରିବାର ରେ ଆନନ୍ଦ ଖେଳିଯାଇଛି ।

ସତୁରୀ ଦଶକର ଶେଷ ଭାଗ ଓ ଅଶୀ ଦଶକରେ ତତକାଳୀନ ସୋଭିଏତ ଋଷ ଆଫଗାନିସ୍ତାନ ଉପରେ ସାମରିକ ହସ୍ତକ୍ଷେପ କରିଥିଲା । ତେବେ ଋଷିଆକୁ ହରାଇବାକୁ ଆମେରିକାର ସିଆଇଏ ଓ ପାକିସ୍ତାନ ସହଯୋଗରେ ତାଲିବାନକୁ ଛିଡ଼ା କରି ଲଢାଇଲେ । ୧୯୭୯ରୁ ୧୯୮୯ ମଧ୍ୟରେ ଋଷିଆର ପ୍ରାୟ ୧୨୫ଟି ଲଢୁଆ ବିମାନକୁ ଖସାଇଦିଆଯାଇଥିଲା । ଏଥିରେ ପ୍ରାୟ ୩୦୦ ଜଣ ପାଇଲଟ ନିଖୋଜ ଥିଲେ, ତେବେ । ପରେ ଏମାନଙ୍କ ମଧ୍ୟରୁ ୩୦ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା ।

ସମ୍ବନ୍ଧିତ ଖବର