ବିଜେପି ଛାଡ଼ିଲେ ୟୁପି ସାଂସଦ ସାବିତ୍ରୀବାଇ ଫୁଲେ

ଲକ୍ଷ୍ନୌ: ସର୍ବଦା ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ୟୁପିର ବିଜେପି ସାଂସଦ ସାବିତ୍ରୀ ବାଇ ଫୁଲେ ଆଜି ଦଳ ଛାଡ଼ି ଦେଇଛନ୍ତି। ବିଜେପି ସମାଜରେ ବିଭାଜନ ସୃଷ୍ଟି କରୁଥିବା ସେ ଅଭିଯୋଗ କରିଛନ୍ତି। ଭାରତର ଟଙ୍କା ଦେଶର ବିକାଶ ଦିଗରେ ବ୍ୟବହାର ହେବା ପରିବର୍ତ୍ତେ ପ୍ରତିମୂର୍ତ୍ତି ନିର୍ମାଣରେ ବିନିଯୋଗ ହେଉଛି। ସାବିତ୍ରୀବାଇ ବିଜେପିରୁ ଇସ୍ତଫା ଦେଉଥିବା ଘୋଷଣା କରି ଆଜି କହିଛନ୍ତି ଯେ ସେ ଜଣେ ସାମାଜିକ କର୍ମୀ ଏବଂ ସେ ଦଳିତଙ୍କ ପାଇଁ କାମ କରୁଛନ୍ତି। କିନ୍ତୁ ବିଜେପି ଦଳିତ ସଂରକ୍ଷଣ ପାଇଁ କିଛି ବି କରୁନି‌। ବିଜେପି ଦଳିତ ମ‌ାନଙ୍କୁ ଅବହେଳା କରୁଛି ବୋଲି ସେ ଅଭି‌ଯୋଗ କରିଛନ୍ତି। ସର୍ବଦା ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରୁଥିବା ଏହି ନେତ୍ରୀ ଜଣଙ୍କ ସଂସଦରେ ବାହରେଚ୍‌ରୁ ପ୍ରତିନିଧିତ୍ବ କରୁଥିଲେ। ନିକଟରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନନାଥଙ୍କର ହନୁମାନଙ୍କ ଜାତି ବୟାନ ପାଇଁ ସେ ତାଙ୍କୁ କଡ଼ା ସମାଲୋଚନା କରି ଚର୍ଚ୍ଚାରେ ରହିଥିଲେ।

ସମ୍ବନ୍ଧିତ ଖବର