ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ରାଧାମୋହନ ଗଡ଼ନାୟକଙ୍କ ସୃଷ୍ଟିକୁ ନେଇ ସେମିନାର

ନୂଆଦିଲ୍ଲୀ : ଦିଲ୍ଲୀରୁ ପ୍ରକାଶିତ ଇଂରାଜି ପତ୍ରିକା ଉତ୍କଳ ଭାରତୀ ପକ୍ଷରୁ ଲେଖକ, କବି ଓ ସ୍ୱାଧୀନତା ସଂଗ୍ରାମୀ ରାଧାମୋହନ ଗଡ଼ନାୟକଙ୍କ ସାହିତ୍ୟ ସୃଷ୍ଟି ଉପରେ ଆଧାରିତ ସେମିନାର ଆୟୋଜନ କରାଯାଇଥିଲା। ଉତ୍କଳ ଭାରତୀର ସମ୍ପାଦକ ଓ ସଂଯୋଜକ ଡକ୍ଟର ନିର୍ମଳ ଚନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସେମିନାରରେ ରାଧାମୋହନ ଗଡ଼ନାୟକଙ୍କ ବିଭିନ୍ନ ରଚନା ଉପରେ ଆଲୋକପାତ କରାଯିବା ସହ ଓଡ଼ିଆ ସାହିତ୍ୟରେ ତାଙ୍କର ଅବଦାନକୁ ନେଇ ବକ୍ତାମାନେ ବକ୍ତବ୍ୟ ରଖିଥିଲେ। ସେମିନାର୍‌ରେ କ୍ଷୀରୋଦ କୁମାର ବିଶ୍ୱାଳ, ଶ୍ରୀରାମ ଓବରାଏ, ସଂଜୀବ ଅରୋଡ଼ା, ପ୍ରକାଶ ଚନ୍ଦ୍ର ପଣ୍ଡା, ପୁଷ୍ପାଞ୍ଜଳି ପଣ୍ଡା, ଜନ୍ମେଜୟ ଖୁଣ୍ଟିଆ, ପ୍ରମୋଦ କୁମାର, ଶରତ କୁମାର ଦେହୁରୀ, ଡକ୍ଟର ସୁରେଶ ଚନ୍ଦ୍ର ପ୍ରଧାନ ଭାଗନେଇ ରାଧାମୋହନ ଗଡ଼ନାୟକଙ୍କ ସାହିତ୍ୟ ସମ୍ଭାର ଉପରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର