ଶଶୀ କପୁର, ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ:  ହଲିଉଡର ଡଲବି ଥିଏଟରରେ ଆୟୋଜିତ ୯୦ତମ ଓସ୍କାର ପୁରସ୍କାର ବିତରଣ ସମାରୋହରେ ଭାରତୀୟ ସିନେଜଗତର ପରଲୋକଗତ ଅଭିନେତା ଶଶୀ କପୁର ଏବଂ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ହଲିଉଡ୍‌ ଜଗତର ମଧ୍ୟ ଅନେକ ପରଲୋକଗତ କଳାକାରଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଉଲ୍ଳେଖଯୋଗ୍ୟ, ବଲିଉଡ୍‌ ଅଭିନେତା ଶଶୀ କପୁର ଜଣେ ଶିଶୁ କଳାକାର ଭାବେ ଚଳଚ୍ଚିତ୍ର ଜୀବନ ଆରମ୍ଭ କରି ୨୦୧୫ ମସିହାରେ ଦାଦା ସାହବେ ଫାଲକେ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ସେହିଭଳି ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଭାବେ ପରିଚିତ ଶ୍ରୀଦେବୀଙ୍କର ଗତ ୨୪ ତାରିଖରେ ପରଲୋକ ହୋଇଯାଇଛି।

ସମ୍ବନ୍ଧିତ ଖବର