ସର୍ଜିକାଲ ଷ୍ଟ୍ରାଇକକୁ ଯିବାବେଳେ ରାହୁଲ ଗାନ୍ଧିଙ୍କୁ କ’ଣ ସାଙ୍ଗରେ ନେଇ ଯିବାର ଥିଲା ?

ନୂଆଦିଲ୍ଲୀ : ସର୍ଜିକାଲ ଷ୍ଟ୍ରାଇକର ସତ୍ୟତାକୁ ନେଇ ସଂଦେହ କରୁଥିବା ବିରୋଧୀଦଳମାନଙ୍କୁ କଡା ସମାଲୋଚନା କରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରକ୍ଷାମନ୍ତ୍ରୀ ମନୋହର ପାରିକର । ସେ କହିଛନ୍ତି ଯେ ବିରୋଧୀ ଦଳ କଣ ଚାହୁଁଛନ୍ତି ? ଏତେ ନକାରାତ୍ମକ ମନୋଭାବ କାହିଁକି ? ସେନା କଣ ସର୍ଜିକାଲ ଷ୍ଟ୍ରାଇକକୁ ଯିବା ପୂର୍ବରୁ ବିରୋଧୀ ଦଳ ବିଶେଷ କରି ରାହୁଲ ଗାନ୍ଧିଙ୍କୁ ସାଙ୍ଗରେ ନେଇ ଯିବାର ଥିଲା ? ସେ କହିଛନ୍ତି ଯେ ସର୍ଜିକାଲ ଷ୍ଟ୍ରାଇକର ମୁଖ୍ୟ ବିଶେଷତା ଥିଲା ତାହାର ଗୋପନୀୟତା । ଏହି ଅପରେସନ ସଂପର୍କରେ ହାତଗଣତି କିଛି ଲୋକ ହିଁ ଜାଣିଥିଲେ । ଏ ସଂପର୍କରେ ପ୍ରଧାନମନ୍ତ୍ରୀ, ମୁଁ, ସେନାମୁଖ୍ୟ, ଡିଜି ମିଲିଟାରୀ ଅପରେସନ ଓ ଯେଉଁମାନେ ଏହି ଅପରେସନ କରିଥିଲେ ସେମାନେ ଜାଣିଥିଲେ ବୋଲି କହିଛନ୍ତି ପାରିକର । ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ଯୋଗ ଦେଇ ସେ ଏକଥା କହିଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୬ ସେପ୍ଟେମ୍ବର ୨୯ରେ ଭାରତୀୟ ସେନା ପାକ ଅଧିକୃତ କାଶ୍ମୀରରେ ପଶି ସର୍ଜିକାଲ ଷ୍ଟ୍ରାଇକ କରିଥିଲା । ଉରି ହମଲାର ପ୍ରତିଶୋଧ ନେବାକୁ ସେନା ଏହା କରିଥିଲା ।

ସମ୍ବନ୍ଧିତ ଖବର