ସିନ୍ଧୁ ଜଳଚୁକ୍ତି କଥାବାର୍ତ୍ତା

ନୂଆଦିଲ୍ଲୀ: ସିନ୍ଧୁ ଜଳଚୁକ୍ତି ନେଇ ପାକିସ୍ତାନ ସହ ଖୁବ୍‌ଶୀଘ୍ର ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା ଆରମ୍ଭ ହେବ। ଏନେଇ ଭାରତୀୟ ଜଳ ଆୟୋଗର ଏକ ପ୍ରତିନିଧି ଦଳ ଆଜି ପାକିସ୍ତାନରେ ପହଞ୍ଚିଛନ୍ତି। ପାକିସ୍ତାନରେ ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ କାର୍ଯ୍ୟକାଳ ଆରମ୍ଭ ହେବାପରେ ଏହା ଦୁଇ ଦେଶ ମଧ୍ୟରେ ପ୍ରଥମ ଦ୍ୱିପାକ୍ଷିକ ଆଲୋଚନା ହେବ। ଜଳ ଆୟୋଗର ପିକେ ସାକ୍ସେନାଙ୍କ ନେତୃତ୍ୱରେ ଏକ ୯ ଜଣିଆ ସଦସ୍ୟ ବିଶିଷ୍ଟ ଭାରତୀୟ ପ୍ରତିନିଧି ଦଳଙ୍କୁ ପାକ୍‌ ସ୍ୱାଗତ କରିଛି। ବୁଧବାର ଏବଂ ଗୁରୁବାର ଦୁଇଦେଶ ମଧ୍ୟରେ ଆଲୋଚନା ଆରମ୍ଭ ହେବ।

ସମ୍ବନ୍ଧିତ ଖବର