ସ୍ମୃତି ହେବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ! ଦୌଡ଼ରେ ଆଗରେ ଅଛନ୍ତି ସେ 

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଏବେ ଗୁଜୁରାଟରେ ବିଜେପି ପକ୍ଷରୁ କିଏ ମୁଖ୍ୟମନ୍ତ୍ରୀ ଆସନ ଅଳଂକୃତ କରିବ, ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି।

ତେବେ, ମୋଦିଙ୍କ ‘ଗୁଡ୍‌ ବୁକ୍‌’ରେ ଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ମୁଣ୍ଡରେ ହାତୀ ସୁନା କଳସ ଢ଼ାଳିବା ପରି ତାଙ୍କୁ ଗୁଜୁରାଟର ନୂତନ  ମୁଖ୍ୟମନ୍ତ୍ରୀ କରାଯାଇ ପାରେ ବୋଲି ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। କାରଣ, ଗୁଜୁରାଟ ନିର୍ବାଚନରୁ ଦଳ ଯେଉଁ ପ୍ରକାରର ଫଳ ଆଶା କରୁଥିଲା, ସେ ପ୍ରକାରର ଫଳ ନ ମିଳିବା ପରେ ଏବେ ଦଳର ବରିଷ୍ଠ ନେତୃବୃନ୍ଦ ବେଶ୍‌ ଚିନ୍ତିତ ହୋଇ ପଡ଼ିଛନ୍ତି। ତେଣୁ, ଏହି ପରିପ୍ରେକ୍ଷୀରେ ଦଳ ଜଣେ ଲୋକପ୍ରିୟତା ଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ, ଗୁଜୁରାଟ ଜନତାଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ସବୁକୁ ପୂରଣ  କରିବା ପାଇଁ ଲକ୍ଷ୍ୟ ରଖିଥିବା ଆଲୋଚନା ହେଉଛି।

The Indian Express

ଏହି କ୍ରମରେ ସର୍ବାଗ୍ରେ ଅଛନ୍ତି ସ୍ମୃତି ଇରାନୀ। କାରଣ, ସେ ଗୁଜୁରାଟର ଝିଅ ହୋଇଥିବା ବେଳେ, ଜଣେ ଅଭିନେତ୍ରୀ ଓ ରାଜନେତ୍ରୀ ଭାବେ ମଧ୍ୟ ଗୁଜୁରାଟରେ ତାଙ୍କର ବେଶ୍‌ ଳୋକପ୍ରିୟତା ରହିଛି। ଅନ୍ୟ ପକ୍ଷରେ ଜଣେ କେନ୍ଦ୍ର ମନ୍ତ୍ରୀ ଭାବେ ପ୍ରଥମେ ମାନବ ସମ୍ବଳ ଓ ପରେ ବୟନ ଶିଳ୍ପ ଏବଂ ସୂଚନା ପ୍ରସାରଣ ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗମାନଙ୍କରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ନିଜର ଦାୟିତ୍ୱ ସୁଚାରୁ ରୂପେ ତୁଲାଇବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତି ଏବଂ ତାଙ୍କ ‘ଗୁଡ୍‌ ବୁକ୍‌’ରେ ମଧ୍ୟ ଅଛନ୍ତି। ତେଣୁ, ମୋଦି ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଆଉ  ଥରେ ବିଜେପିର ଲୋକପ୍ରିୟତା ବଢ଼ାଇବା ଯୋଜନାରେ ଥିବା କୁହାଯାଉଛି।

ଯଦିଓ, ଗୁଜୁରାଟରେ ନିର୍ବାଚନ ପ୍ରଚାର କାଳରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୂର୍ବ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ‘ଦଳର ମୁହଁ’ ବୋଲି ଘୋଷଣା କରିଥିଲେ, ତଥାପି ତାଙ୍କୁ ଆଉ ଥରେ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ପାଇଁ ଦଳ ଭରସା କରିପାରୁ ନାହିଁ। ହୁଏତ ୧୩୦ ଆସନରେ ବିଜୟ ହାସଲ କରିଥିଲେ, ଦଳ ତାଙ୍କୁ ଆଉଥରେ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଥାଆନ୍ତା। କିନ୍ତୁ, ଦଳର ବିଜୟ ଯେପରି ମାତ୍ର ୯୯ଟି ଆସନରେ ସୀମିତ ରହିଲା ସେଥିରେ ଆଉଥରେ ରୂପାନୀ ଆଉଥରେ ମୁଖ୍ୟମନ୍ତ୍ରୀ ଗାଦିରେ ବସିବାର କୌଣସି ପ୍ରକାରର ସମ୍ଭାବନା ନାହିଁ।

ତେଣୁ, ଏହି ପରିପ୍ରେକ୍ଷୀରେ ମୋଦି ମାଷ୍ଟର ଷ୍ଟ୍ରୋକ୍‌ ଖେଳି ସ୍ମୃତିଙ୍କୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ସହ ସେଠାରେ କମୁଥିବା ଦଳର ଲୋକପ୍ରିୟତାକୁ ଆଉ ଥରେ ବଢ଼ାଇବା ପାଇଁ ଉଦ୍ୟମ କରିବେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆକଳନ କରୁଛନ୍ତି।

ସମ୍ବନ୍ଧିତ ଖବର