କଂଗ୍ରେସ ଇସ୍ତାହାର ପୁସ୍ତିକାରେ ରାହୁଲଙ୍କ ଫଟୋ ଛୋଟ ଥିବାରୁ ଅସନ୍ତୋଷ ପ୍ରକାଶ କଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ : ଗତକାଲି ନୂଆଦିଲ୍ଲୀରେ କଂଗ୍ରେସ ତରଫରୁ ଇସ୍ତାହାର ଜାରି କରାଯାଇଥିଲା । ଯେଉଁଥିରେ କଂଗ୍ରେସ ଦଳ କ୍ଷମତାକୁ ଆସିଲେ ଜନତାଙ୍କ ପାଇଁ କେଉଁ ମୁଖ୍ୟ ୧୫ଟି ସୁବିଧା ଉପଲବ୍ଧ କରାଇବ ତାହା ଉଲ୍ଲେଖ କରାଯାଇଥିଲା । ଇସ୍ତାହାରର ନାଁ ‘କଂଗ୍ରେସ ଉଇଲ୍‌ ଡେଲିଭର’ ଥିବା ବେଳେ ଏବେ ଜାରି କରାଯାଇଥିବା ଇସ୍ତାହାରର କଭର ଫଟୋକୁ ନେଇ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି । ଇସ୍ତାହାର ଜାରି କରାଯିବା ପୂର୍ବରୁ ସୋନିଆ ଗାନ୍ଧି ଷ୍ଟେଜ୍‌କୁ ଆସି ଇସ୍ତାହାର ପୁସ୍ତିକାକୁ ଦେଖିଥିଲେ ।

ABP News – ABP Live

କଭର ଫଟୋରେ ରାହୁଲଙ୍କ ଫଟୋ ଛୋଟ ଥିବା ଦେଖି ସେ ନିରାଶ ହେବା ସହ ନିଜର ଅଭିଭାଷଣ ମଧ୍ୟ ରଖି ନ ଥିଲେ । ତେବେ କଭର ଫଟୋରେ ରାହୁଲଙ୍କ ଫଟୋ ଏତେ ଛୋଟ ରଖାଯାଇଥିବାରୁ ପରେ ସୋନିଆ ଗାନ୍ଧୀ ଅସନ୍ତୋଷ ପ୍ରକାଶ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । କଭର ଫଟୋର ଅଧା ସ୍ଥାନ ଜନତାଙ୍କ ଫଟୋରେ ଭରି ରହିଥିବା ବେଳେ ତଳେ ଦଳୀୟ ଚିହ୍ନ ହାତ ସହ ରାହୁଲ ଗାନ୍ଧୀଙ୍କ ଫଟୋ ରଖା ଯାଇଥିଲା। ଏହା ଦ୍ୱାରା ରାହୁଲଙ୍କୁ କମ୍‌ ଗୁରୁତ୍ୱ ଦିଆଯାଇଥିବା ନେଇ ସୋନିଆ ଗାନ୍ଧୀ ନିରାଶ ହୋଇ ସଭାରେ କିଛି କହି ନ ଥିଲେ ।

ସମ୍ବନ୍ଧିତ ଖବର