ନିଜକୁ ସୁରକ୍ଷିତ ମନେ କରୁନଥିବାରୁ ଭାଜପାରୁ ଇସ୍ତଫା ଦେଲେ ମଲ୍ଲିକା

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଭାରତୀୟ ଜନତାପାର୍ଟିର ନେତ୍ରୀ ତଥା ଯୁବପିଢ଼ି ପାଇଁ ଅନେକ ଦିନରୁ କାମ କରି ଆସୁଥିବା ମଲ୍ଲିକା ରାଜପୁତ ବର୍ତ୍ତମାନ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ମଲ୍ଲିକା ଉନ୍ନ।ଓ ଗଣ ଦୁଷ୍କର୍ମ ଘଟଣାରେ କ୍ରୋଧିତ ହୋଇ ଏହି ନିର୍ଣ୍ଣୟ ନେଇଥିବା ଜଣାପଡ଼ିଛି। ସେ କହିଛନ୍ତି ପାର୍ଟିର ବିଧାୟକ ଲଜ୍ଜାଜନକ ଅପରାଧ କରିବା ପରେ ମଧ୍ୟ ପାର୍ଟି ତାଙ୍କୁ ସମର୍ଥନ କରୁଛି, ଏଣୁ ଏଠାରେ ମୁଁ ନିଜକୁ ସୁରକ୍ଷିତ ମନେ କରୁନାହିଁ । ଏହା କହିବା ସହ ମଲ୍ଲିକା ଭାଜପା ଏବଂ ଏହାର ବିଧାୟକଙ୍କ ଉପରେ ଆରୋପ ଲଗାଇଛନ୍ତି ।

ସୁଲତାନପୁରର ବାସିନ୍ଦା ମଲ୍ଲିକା ରାଜପୁତ ନିଜ ଇସ୍ତଫା ବିଷୟରେ ଗଣମାଧ୍ୟମକୁ କହିଛନ୍ତି ‘ମୁଁ ରାଜ୍ୟସଭା ସଦସ୍ୟ ଓମ୍‌ ମାଥୁରଙ୍କ ଲାଗି ଏବଂ ମହାରାଷ୍ଟ୍ର ଭାଜପା ୟୁଥଓ୍ଵିଙ୍ଗ ପାଇଁ ବହୁ ବର୍ଷ ହେବ କାମ କରୁଥିଲି । ସାମ,ଦାନ, ଦଣ୍ଡ ଏବଂ ଭେଦ ନୀତିରେ କାମ କରୁଥିବା ଦଳ କିନ୍ତୁ ବର୍ତ୍ତମାନ ଏହା କେବଳ ଦଣ୍ଡ ଏବଂ ଭେଦ ନୀତିରେ କାମ କରୁଛି। ଜଣେ ମହିଳା ହୋଇଥିବା ହେତୁ ବର୍ତ୍ତମାନ ମୁଁ ଏହି ପାର୍ଟିରେ ନିଜକୁ ସୁରକ୍ଷିତ ମନେ କରୁନାହିଁ ।’

oneindia.com

ଏହା ସହ ମଲ୍ଲିକାଙ୍କୁ ଉନ୍ନାଓ ଦୁଷ୍କର୍ମ ବିଷୟରେ ପଚାରିବାରୁ ସେ କହିଛନ୍ତି ‘ଭାଜପାର ବିଧାୟକ ସାଧାରଣ ଜନତାଙ୍କୁ ରାମ୍ପି-ଘୋଷାଡ଼ି ମାରୁଛନ୍ତି । ବେଟି ବଚାଓ ଏବଂ ବେଟି ପଢ଼ାଓ ନାରା ଦିଆଯାଉଥିବା ପାର୍ଟି ବେଟିଙ୍କ ଇଜ୍ଜତ ବଞ୍ଚାଇବାରେ ସମର୍ଥ ହୋଇ ପାରିଲା ନାହିଁ । ଏଥିପାଇଁ ମୁଁ ଭାଜପାରୁ ଇସ୍ତଫା ଦେବା ସହ କଂଗ୍ରେସ ପାର୍ଟିରେ ଯୋଗଦାନ କରୁଛି।’

ସମ୍ବନ୍ଧିତ ଖବର