ଶୁଭ୍ରାଂଶୁ ଲେଙ୍କାଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ୍‌

ନୂଆଦିଲ୍ଲୀ : ଆସ୍ଥା ଇଣ୍ଟରନ୍ୟାସନାଲ୍‌ ଲିମିଟେଡ୍‌ ଚିଟଫଣ୍ଡ୍‌ କମ୍ପାନିର ଓଡ଼ିଶା ମୁଖ୍ୟ ଶୁଭ୍ରାଂଶୁ ଶେଖର ଲେଙ୍କାଙ୍କୁ ଆଜି ସୁପ୍ରିମକୋର୍ଟ ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଜାମିନ୍‌ ପ୍ରଦାନ କରିଛନ୍ତି। ଶୁଭ୍ରାଂଶୁ ଲେଙ୍କା ନିବେଶକାରୀଙ୍କଠାରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବାର ଅଭିଯୋଗ ହେବାପରେ କ୍ରାଇମ୍‌ ବ୍ରାଞ୍ଚ୍‌ର ଆର୍ଥିକ ଅପରାଧ ଶାଖା ଦ୍ୱାରା ଜୁନ୍‌ ୮, ୨୦୧୩ରେ ଗିରଫ ହୋଇଥିଲେ। ତାଙ୍କ ଜାମିନ୍‌ ଆବେଦନ ଚଳିତବର୍ଷ ୧୯ ଜୁଲାଇରେ ହାଇକୋର୍ଟଙ୍କ ଦ୍ୱାରା ଖାରଜ ହେବାପରେ ସେ ସୁପ୍ରିମକୋର୍ଟରେ ଜାମିନ୍‌ ପାଇଁ ସ୍ୱତନ୍ତ୍ର ଲିଭ୍‌ ପିଟିସନ୍‌ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର