ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟର ସମସ୍ତ ବିଚାରପତି କେରଳର ବନ୍ୟାଦୁର୍ଗତମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅର୍ଥ ଦାନ କରିବେ। ଏ ସମ୍ପର୍କରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାାପତି ଜଷ୍ଟିସ ଦୀପକ କୁମାର ମିଶ୍ର ଏକ ମାମଲାର ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲଙ୍କୁ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି, ସେ ଓ ସୁପ୍ରିିମ୍ କୋର୍ଟର ଅନ୍ୟ ୨୪ ଜଣ ବିଚାରପତି କେରଳ ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ବ୍ୟକ୍ତିଗତ ସ୍ତରରେ ଆର୍ଥିକ ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରିବେ। ପ୍ରତ୍ୟେକ ବିଚାରପତି ସର୍ବନିମ୍ନ ୨୫ ହଜାର ଟଙ୍କା ଦାନ କରିବେ ବୋଲି ନିଷ୍ପତ୍ତି ହୋଇଛି। ତେବେ ଏପରି ଏକ ଭୟଙ୍କର ବିପତ୍ତି ସମୟରେ ୨୫ ହଜାର ଟଙ୍କାରୁ ଅଧିକ କିଏ କେତେ ଦାନ କରିବେ ତାହା ସମ୍ପୃକ୍ତ ବିଚାରପତିଙ୍କ ଇଛାଧୀନ ବୋଲି ଜଷ୍ଟିସ ମିଶ୍ର ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲଙ୍କୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଯେ ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିିତ ସୁପି୍ରମକୋର୍ଟର ୩ ଜଣିଆ ବେଞ୍ଚ ଏକ ମାମଲାର ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲ କହିଥିଲେ ଯେ ବର୍ତ୍ତମାନ କେରଳର ବନ୍ୟା ସ୍ଥିତି ଖୁବ୍ ସାଂଘାତିକ। ବନ୍ୟାରେ ଯେତିକି କ୍ଷତି ହୋଇଛିି ତାକୁ ପୂରଣ କରିବା ପାଇଁ ଦଶନ୍ଧି ଲାଗିଯିବ। ତେଣୁୁ ସୁପ୍ରିମ୍ କୋର୍ଟ ଦ୍ୱାରା ମାମଲାରେ ଯେଉଁ ଜରିମାନ ପାଇଁ ନିର୍ଦ୍ଦେଶ ରହୁଛି ତାହା କେରଳ ବନ୍ୟା ଦୁର୍ଗତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ଜମା କରିବାକୁ ଆଟର୍ଣ୍ଣି ଜେନେରାଲ କେ କ ଭେନୁଗୋପାଳ ନିବେଦନ କରିଥିଲେ। ଏଥିରେ ସହମତି ପ୍ରକାଶ କରି ଜଷ୍ଟିସ ମିଶ୍ର କହିଥିଲେ ଯେ ବନ୍ୟା ଦୁର୍ଗତଙ୍କ ଦୟନୀୟ ସ୍ଥିତି ନେଇ ସୁପ୍ରିମ୍ କୋର୍ଟ ଅବଗତ ଅଛନ୍ତି। ବିଚାରପତିମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରି ବୋଲି ନିଷ୍ପତ୍ତି ନେଇଥିବା ଜଷ୍ଟିସ ମିଶ୍ର ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲଙ୍କୁ କହିଛନ୍ତି।