ଚନ୍ଦନ ତସ୍କର ବୀରାପ୍ପାନକୁ ଧରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହିଳାଙ୍କୁ ଭୁଲିଗଲେ ସମସ୍ତେ; ୧୪ ବର୍ଷ ବିତିଗଲା ମିଳିଲାନି ପୁରସ୍କାର

କୋଏମ୍ବାଟୁର: ଏକ ସମୟରେ ସମଗ୍ର ଦେଶ ପାଇଁ ଚିନ୍ତାର କାରଣ ସାଜିଥିବା ଚନ୍ଦନ ଓ ହାତୀଦାନ୍ତ ତସ୍କର ବୀରାପ୍ପାନ୍‌କୁ ଜୀବିତ ଅଥବା ମୃତ ଭାବେ ଧରିବା ପାଇଁ ତାମିଲନାଡ଼ୁ ଆଇଜି କେ ବିଜୟ କୁମାରଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟାସ୍କ ଫୋର୍ସ ବିଗତ ୧୪ ବର୍ଷ ତଳୁ ବୀରପ୍ପାନକୁ ମୃତ ଭାବେ ଧରିବା ସହ ବୀରାପ୍ପାନର ଯବନିକା ପତନ ଘଟାଇଛନ୍ତି। ତେବେ, ଚନ୍ଦନ ତସ୍କର ବୀରାପ୍ପାନ୍‌କୁ ଧରିବା ପାଇଁ ଯେଉଁ ଅପରେସନ୍‌ ଆରମ୍ଭ ହୋଇଥିଲା ସେଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜନୈକା ମହିଳା ଏଯାବତ୍‌ ତାଙ୍କ ପୁରସ୍କାର ବାବଦ ଅର୍ଥରାଶି ପାଇ ପାରି ନଥିବା ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଏହି ଅପରେସନ୍‌ରେ ସହଯୋଗ କରିବା କରିବା ପାଇଁ ସ୍ପେଶାଲ ଟାସ୍କ ଫୋର୍ସ କୋଏମ୍ବାଟୁରର ଭାଡ଼ାଭାଲିରେ ରହୁଥିବା ଜନୈକା ମହିଳା ଏମ୍‌ ଶାନ୍‌ମୁଗାପ୍ରିୟାଙ୍କର ସହଯୋଗ ଲୋନଇଥିଲା। ପ୍ରିୟା ମଧ୍ୟ ସ୍ପେଶାଲ ଟାସ୍କ ଫୋର୍ସ ଆଡ଼କୁ ନିଜର ସହଯୋଗର ହାତ ବଢ଼ାଇଥିଲେ। ପରେ ସ୍ପେଶାଲ ଟାସ୍କ ଫୋର୍ସର ପରାମର୍ଶ ଅନୁଯାୟୀ ପ୍ରିୟା ଚନ୍ଦନ ତସ୍କର ବୀରାପ୍ପାନର ପତ୍ନୀ ମୁଥୁଲକ୍ଷ୍ମୀ ସହ ବନ୍ଧୁତା ସ୍ଥାପନ କରିଥିଲେ ପ୍ରିୟା। ପରେ ମୁଥୁଲକ୍ଷ୍ଵୀ ଠାରୁ ବୀରାପ୍ପାନ ସଂପର୍କିତ ସମସ୍ତ ତଥ୍ୟ ହାସଲ କରିଥିଲେ ପ୍ରିୟା। ଯେପରିକି, ବୀରାପ୍ପାନର ଗତିବିଧି, ଆତଯାତ କରିବା ବାଟ, ଜଙ୍ଗଲ ମଧ୍ୟରେ ଆତ୍ମଗୋପନ କରିବା ସ୍ଥାନ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସଂପର୍କିତ ସମସ୍ତ ତଥ୍ୟ।

ପରେ, ଏହି ସମସ୍ତ ତଥ୍ୟ ପ୍ରିୟା ପ୍ରଦାନ କରିଥିଲେ ସ୍ପେଶାଲ ଟାସ୍କ ଫୋର୍ସକୁ। ପ୍ରିୟାଙ୍କ ପ୍ରଦତ୍ତ ତଥ୍ୟ ଆଧାରରେ ଶେଷରେ ସ୍ପେଶାଲ ଟାସ୍କ ଫୋର୍ସ ୨୦୦୪ରେ ବୀରାପ୍ପାନକୁ ଧରିବାରେ ସମର୍ଥ ହୋଇଥିଲା। ବୀରାପ୍ପାନକୁ ମୃତ ଅବସ୍ଥାରେ ଧରିବା ପରେ ତାମିଲନାଡ଼ୁ ସରକାର ସ୍ପେଶାଲ ଟାସ୍କ ଫୋର୍ସ ଓ ଏହି ଅପରେସନ୍‌ ସହ ସଂପୃକ୍ତ ସମସ୍ତଙ୍କୁ ପୁରସ୍କୃତ କରିଥିବା ବେଳେ ଏଥିରୁ ବଞ୍ଚିତ ହୋଇ ରହି ଯାଇଛନ୍ତି ପ୍ରିୟା। ଏସଂପର୍କରେ ସେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପୁଲିସ୍‌ ମୁଖ୍ୟ ଏପରିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଥିଲେ ସୁଦ୍ଧା କେହି ତାଙ୍କର ଅଭିଯୋଗ ପ୍ରତି କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛନ୍ତି ପ୍ରିୟା।

ସମ୍ବନ୍ଧିତ ଖବର