ତେଲେଙ୍ଗାନା: ମତଦାନର ଦିନକୁ ପୂର୍ବରୁ ପୁଲିସ୍ ଜବତ କଲା ନଗଦ ୮୬.୫ କୋଟି ଟଙ୍କା ସମେତ ୪ ଲକ୍ଷ ଲିଟର ମଦ ଓ ୮୪୦୦ ମାରଣାସ୍ତ୍ର…
ନୂଆଦିଲ୍ଲୀ: ଦେଶରେ ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ, ଅବାଧ ଓ ନିରପେକ୍ଷ ରଖିବା ପାଇଁ ଯେତେ ପ୍ରକାରର ପ୍ରଚେଷ୍ଟା କରାଗଲେ ବି ସବୁ ପ୍ରଚେଷ୍ଟା ଯେ ବୃଥା ଏହାର ଏକ ପ୍ରମାଣ ଦେଖିବାକୁ ମିଳିଛି ତେଲେଙ୍ଗାନାରେ। ଆସନ୍ତା କାଲି (ଶୁକ୍ରବାର) ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଗତକାଲି (ବୁଧବାର) ରାତିରେ ତେଲେଙ୍ଗାନା ପୁଲିସ୍ ଜବତ କରିଛି ନଗଦ ୮୬.୫ କୋଟି ଓ ୪ ଲକ୍ଷ ଲିଟର ବିଦେଶୀ, ଦେଶୀ ମଦ ସମେତ ୮୪୦୦ରୁ ଉର୍ଦ୍ଧ୍ୱ ମାରଣାସ୍ତ୍ର (ଏଥିରେ ରହିଛି ରିଭଲଭର ଠାରୁ ଆରମ୍ଭ କରି ଦେଶୀ ବନ୍ଧୁକ, ଖଣ୍ଡା ଓ ଭୁଜାଲି ପର୍ଯ୍ୟନ୍ତ ବିଭିନ୍ନ କିସମର ଅସ୍ତ୍ରଶସ୍ତ୍ର)।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣା ପ୍ରମାଣ କରୁଛି ଯେ କଳାଟଙ୍କର ଅର୍ଥବଳ, ମଦ ଓ ମାରଣାସ୍ତ୍ର ଧରି ବାହୁବଳ ଏବେବି ନିର୍ବାଚନ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଦେଶର ମୁଖ୍ୟ ନିର୍ବାଚନ କମିଶନ ପଦବୀରୁ ଅବସର ଗ୍ରହଣ କରିବାର ଦିନକ ପରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନ ଓ ପି ରାଓ୍ଵତ କହିଥିଲେ ଯେ ଦେଶରୁ କଳାଧନକୁ ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିମୁଦ୍ରାୟନ ସଫଳ ହୋଇ ନାହିଁ। କାରଣ, ଏବେ ବି ନିର୍ବାଚନମାନଙ୍କରେ ବ୍ୟାପକ କଳାଧନର ବ୍ୟବହାର ଚାଲିଥିବା ଦେଖିବାକୁ ମିଳୁଛି; ଏବଂ ନିର୍ବାଚନକୁ ନିୟନ୍ତ୍ରଣ କରୁଛି କଳାଧନ। ସେତେବେଳେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନ ଓ ପି ରାଓ୍ଵତଙ୍କ ଏହି ବୟାନକୁ କେନ୍ଦ୍ର କରି ତମାମ୍ ଦେଶରେ ବିତର୍କ ସୃଷ୍ଟି ହୋଇଥିଲା। ହେଲେ, ରାଓ୍ଵତଙ୍କର ଏ ବୟାନ ଯେ ମିଥ୍ୟା ନଥିଲା ତାହାର ପ୍ରମାଣ ଦେଉଛି ତେଲେଙ୍ଗାନା।