କ୍ରେନରେ ଚୋର ଉଠାଇନେଲେ ଏଟିଏମ, ଦେଖନ୍ତୁ ଭିଡିଓ

ଆୟର୍ଲାଣ୍ଡ: ଏଟିଏମରୁ ଟଙ୍କା ଚୋରି ହେଉଥିବା ଖବର ବାବଦରେ ଆପଣ ଅନେକ ଥର ପଢୁଥିବେ | ତେବେ ଆଜି ଆମେ ଆପଣଙ୍କୁ ଆୟର୍ଲାଣ୍ଡର ଏମିତି କିଛି ଚୋରଙ୍କ କାରନାମା ବାବଦରେ କହିବୁ ଯେଉଁମାନେ ଚୋରି କରିବା ପାଇଁ କ୍ରେନର ବ୍ୟବହାର କରିଥିଲେ | ପ୍ରଥମେ ଏଟିଏମରୁ ଟଙ୍କା ଚୋରି କରିବାକୁ ଉଦ୍ୟମ କରିଥିଲେ ଚୋର | କିନ୍ତୁ ଏଟିଏମରୁ ଟଙ୍କା ଆଦାୟ ନ ହୋଇପାରିବାରୁ ସମ୍ପୂର୍ଣ୍ଣ ଏଟିଏମକୁ ଉଠାଇନେଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି |


ସିସିଟିଭିରେ ଚୋରଙ୍କର ଏହି କାରନାମା ଏବେ କଏଦ ହୋଇଛି | ମିଳିଥିବା ସୂଚନା ମୁତାବକ ଚୋରମାନେ ଏକ ଗ୍ୟାସ ଷ୍ଟେସନରେ ଲାଗିଥିବା ଏଟିଏମ ଚୋରି କରିବାକୁ ଯାଇଥିଲେ | ତେବେ ଏଟିଏମରୁ ଟଙ୍କା ଚୋରି କରିବାକୁ ବିଫଳ ହେବା ପରେ ଏକ କ୍ରେନ ଆଣିଥିଲେ |

ଏହି କ୍ରେନଟିକୁ ନିକଟରେ ନିର୍ମାଣାଧୀନ ଏକ ଅଟ୍ଟାଳିକା ପରିସରରୁ ଚୋରି କରି ଆଣିଥିଲେ | ଏହି କ୍ରେନ ସହାୟତାରେ ଏଟିଏମକୁ ଭାଙ୍ଗି ଏଠାରେ ଥିବା ଟଙ୍କା ବାକ୍ସକୁ ଗାଡ଼ିରେ ଲଦି ଫେରାର ହୋଇଯାଇଥିଲେ |

ସମ୍ବନ୍ଧିତ ଖବର