ବାରମୂଳାରେ ତିନି ଆତଙ୍କବାଦୀ ନିହତ
ଶ୍ରୀନଗର: ରବିବାର ବିଳମ୍ବିତ ରାତ୍ରୀରେ ଜମ୍ମୁ ଏବଂ କଶ୍ମୀର ଅନ୍ତର୍ଗତ ବାରମୂଳା ଜିଲ୍ଲାରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ତିନି ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇ ଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆହତ ଅବସ୍ଥାରେ ଅନ୍ୟ ଜଣେ ଆତଙ୍କବାଦୀକୁ ଧରା ଯାଇଛି।
ସମ୍ପୃକ୍ତ ଅଞ୍ଚଳରେ ନିରାପତ୍ତା ବଳ ତଲାସୀ ଅଭିଯାନ ଆରମ୍ଭ କରିବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।
ରାଜ୍ୟ ପୁଲିସ ମହାନିର୍ଦେଶକ ଏସ୍ପି ବୈଦ ଟୁଇଟ୍ କରି କହିଛନ୍ତି ଯେ ହଣ୍ଡଓ୍ଵାରା ଅନ୍ତର୍ଗତ ୟୁନିସୁଉ ଠାରେ ଜମ୍ମୁ ଏବଂ କଶ୍ମୀର ପୁଲିସ, ଆର୍ ଆର୍ ଆଣ୍ଡ୍ ସିଆର୍ପିଏଫ୍ର ମିଳିତ ଟିମ୍ଙ୍କ ଦ୍ୱାରା ପାକସ୍ତାନୀ ପରି ଜଣାପଡୁଥିବା ତିନି ଆତଙ୍କବାଦୀ ନିହତ ହୋଇଛନ୍ତି। ରାତି ତମାମ ବର୍ଷା ଏବଂ ଥଣ୍ଡା ହେଉଥିବା ସତ୍ତ୍ୱେ ଯବାନମାନେ ବାହାରେ ଅଭିଯାନ ଚଳାଇଥିଲେ।
ହଣ୍ଡଓ୍ଵାରାରୁ ଲସ୍କର-ଏ-ତୈବାର ଜଣେ ଓଭର୍ ଗ୍ରାଉଣ୍ଡ୍ ଓ୍ଵାର୍କର୍ ଗିରଫ ହେବା ପରେ ରବିବାର ଦିନ ନିରାପତ୍ତା ବଳ ଜିଲ୍ଲାର ହାଜିନ୍ ସହରରେ ତଲାସୀ ଅଭିଯାନ ଆରମ୍ଭ କରିଥିଲା।
ସେ ଅଞ୍ଚଳକୁ ଯବାନମାନେ କର୍ଡନ୍ କରିଥିଲେ।