ଫାଶୀ ପୂର୍ବରୁ ନିର୍ଭୟା ଦୋଷୀମାନଙ୍କୁ ଭେଟିବା ପାଇଁ ପରିବାରବର୍ଗଙ୍କୁ ଚିଠି ଲେଖିଲେ ତିହାର ଜେଲ୍‌ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ୨୦୨୦ ମସିହା ଫେବ୍ରୁଆରି ୧ ତାରିଖ ସକାଳ ୬ଟା ବେଳେ ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ନିର୍ଭୟା ଦୋଷୀମାନଙ୍କୁ ଥରେ ଭେଟିଯିବା ନିମନ୍ତେ ସେମାନଙ୍କ ପରିବାରବର୍ଗଙ୍କୁ ତିହାର ଜେଲ୍‌ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି।

ଜାନୁଆରି ୨୩ ତାରିଖ ଦିନ ତିହାର ଜେଲ୍‌ ପ୍ରଶାସନର ଅଧିକାରୀମାନେ କହିଥିଲେ କି, ନିଜ ନିଜର ପରିବାର ଲୋକମାନଙ୍କୁ ସେମାନେ କେବେ ଭେଟିବେ ଏବଂ କେବେ ସେମାନଙ୍କ ସମ୍ପତ୍ତିର ‘ଇଚ୍ଛାପତ୍ର’ କରିବେ ସେ କଥା ଦୋଷୀମାନେ ଏଯାଏଁ କହିନାହାନ୍ତି।

Image Source: Yahoo News

ଜଣେ ବରିଷ୍ଠ ଜେଲ୍‌ ଅଧିକାରୀ କହିଥିଲେ: ମୃତ୍ୟୁ ପରଓ୍ଵାନା ଜାରି ହେବା ପରେ, ସେମାନେ କେବେ ଯେ’ଯାହାର ପରିବାର ଲୋକଙ୍କୁ ଶେଷଥର ଲାଗି ଦେଖା କରିବାକୁ ଚାହାଁନ୍ତି ବୋଲି ପଚରା ଯାଇଥିଲା। ଯଦି ଚାହୁଁଥାଆନ୍ତି, ତେବେ ସେମାନେ କେଉଁମାନଙ୍କୁ ଭେଟିବେ? କିନ୍ତୁ, ସେମାନଙ୍କ ମଧ୍ୟରୁ କେହି ଏ ପର୍ଯ୍ୟନ୍ତ ଜବାବ ଦେଇ ନାହାନ୍ତି।

ଚାରି ଦୋଷୀ- ୨୬ ବର୍ଷିୟ ବିନୟ ଶର୍ମା, ୩୧ ବର୍ଷିୟ ଅକ୍ଷୟ କୁମାର ସିଂହ, ୩୨ ବର୍ଷିୟ ମୁକେଶ କୁମାର ସିଂହ ଏବଂ ୨୫ ବର୍ଷିୟ ପବନ ଗୁପ୍ତଙ୍କୁ ଜେଲ୍‌ ନମ୍ବର ୩ର ପୃଥକ୍‌ ପୃଥକ୍‌ ସେଲ୍‌ରେ ରଖାଯାଇଛି। ସେହି ଜେଲ୍‌ରେ ହିଁ ସେମାନଙ୍କୁ ଫାଶୀ ଦିଆଯିବ।

ସମ୍ବନ୍ଧିତ ଖବର