ଆସାମ: ବାଗଡୋଗରା ବିମାନବନ୍ଦରରେ ଯାତ୍ରୀଙ୍କ ସାମାନରେ ମିଳିଲା ବିସ୍ଫୋରକ, ଆଲର୍ଟ ଜାରି

ଗୌହାଟୀ: ଆସାମର ବାଗଡୋଗରା ବିମାନବନ୍ଦରରେ ଜଣେ ଯାତ୍ରୀଙ୍କ ସାମାନରୁ ଶୁକ୍ରବାର ଅପରାହ୍ଣରେ ବିସ୍ଫୋରକ ଟିଏନ୍‌ଟି ମିଳିଛି। ଏ ନେଇ ବିମାନବନ୍ଦରରେ ଭୟ ଦେଖିବାକୁ ମିଳିଛି। ଏହା ପୂର୍ବରୁ ନିକଟରେ ଦିଲ୍ଲୀ ଓ ମାଙ୍ଗାଲୁରୁ ବିମାନବନ୍ଦରରେ ମଧ୍ୟ ଆଇଇଡି ମିଳିଥିଲା। ଏହି ଘଟଣାକୁ ନେଇ ଦେଶରେ ଥିବା ବିମାନବନ୍ଦରରେ ସୁରକ୍ଷ ବ୍ୟବ୍ୟସ୍ଥା କେମିତି ଚାଲିଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଟିଏନ୍‌ଟି ବିସ୍ଫୋରଣ ଦ୍ୱାରା ବଡ ଧରଣର ବିସ୍ଫୋରଣ ହୋଇଥାଏ। ଇଣ୍ଡିଗୋ ୧୬୩୫ରେ ବାଗଡୋଗରାରୁ କୋଲକାତା ଯିବାକୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଠାରୁ ବିସ୍ଫୋରକ ଜବତ ହୋଇଛି। ବିମାନବନ୍ଦରର ଜଣେ ସୁରକ୍ଷା କର୍ମୀ କହିଛନ୍ତି, ଯାତ୍ରୀ ଜଣକ ସେପ୍ଟେମ୍ବର ୧୮ରେ ବାଗଡୋଗରା ଆସିଥିଲା ଓ ଆଜି କୋଲକାତା ଫେରୁବାକୁ ଯୋଜନା କରିଥିଲା। ବ୍ୟାଗ ଚ୍ୟାକିଂ ସମୟରେ ବିସ୍ଫୋରକ ମିଳିଥିଲା।

ସମ୍ବନ୍ଧିତ ଖବର