ଇମ୍ରାନ୍‌ଙ୍କୁ କହିଲେ ମୋଦୀ- ‘ଶାନ୍ତି ପାଇଁ ବିଶ୍ୱାସ ଓ ଆତଙ୍କମୁକ୍ତ ବାତାବରଣ ଅତ୍ୟାବଶ୍ୟକ’

ନୂଆଦିଲ୍ଲୀ: ଆମ ଅଞ୍ଚଳରେ ଶାନ୍ତି, ପ୍ରଗତି ଓ ସମୃଦ୍ଧି ନିମିତ୍ତ ସହଯୋଗ ବୃଦ୍ଧି ପାଇଁ ବିଶ୍ୱାସ ଜନ୍ମାଇବା ଏବଂ ହିଂସା ଓ ଆତଙ୍କବାଦ ମୁକ୍ତ ବାତାବରଣ ଅତ୍ୟାବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ କହିଛନ୍ତି।

ନିର୍ବାଚନରେ ବିଜୟୀ ହୋଇଥିବାରୁ ଅଭିନନ୍ଦନ ଜଣାଇବାକୁ ରବିବାର ଦିନ ଖାଁ ମୋଦୀଙ୍କ ପାଖକୁ ଟେଲିଫୋନ୍‌ କରିଥିଲେ। ଆପଣା ଲୋକଙ୍କ ମଙ୍ଗଳ ପାଇଁ ଉଭୟ ଦେଶ ଏକତ୍ର କାମ କରନ୍ତୁ ବୋଲି ଇମ୍ରାନ୍‌ ଖାଁ କହିଥିଲେ।

ପୁଲ୍‌ଓ୍ଵାମା ଆକ୍ରମଣ ଏବଂ ବାଲାକୋଟ୍‌ ଏୟାର୍‌ଷ୍ଟ୍ରାଇକ୍‌ ପର ଠାରୁ ଏହା ହେଉଛି ଦୁଇ ଦେଶର ଶୀର୍ଷସ୍ତରୀୟ ନେତାଙ୍କ ମଧ୍ୟରେ ପ୍ରଥମ ବାର୍ତ୍ତାଳାପ।

ଟେଲିଫୋନ୍‌ କରିଥିବାରୁ ଏବଂ ଅଭିନନ୍ଦନ ଜଣାଇଥିବାରୁ ମୋଦୀ ଖାଁଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ପଡ଼ୋଶୀଙ୍କ ସହ ଉତ୍ତମ ସମ୍ପର୍କ ତାଙ୍କ ସରକାରଙ୍କ ପ୍ରଥମ ପ୍ରାଧାନ୍ୟ ବୋଲି ସ୍ମରଣ କରାଇ ଦେଇଥିଲେ। ମିଳିତ ଭାବେ ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ କରିବାକୁ ପୂର୍ବରୁ ଦେଇଥିବା ପ୍ରସ୍ତାବ କଥା ମଧ୍ୟ ମୋଦୀ ତାଙ୍କୁ ସ୍ମରଣ କରାଇଦେଇଥିଲେ।

ସମ୍ବନ୍ଧିତ ଖବର