ଜୁଲାଇ ଦ୍ବିତୀୟ ସପ୍ତାହରେ ଘରକୁ ଫେରିବେ ଜଗା-ବଳିଆ

୨୯ରେ ବସିବ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ : ଦୁଇ ବର୍ଷ ହେଲା ଏମ୍‌ସ, ନୂଆଦିଲ୍ଲୀରେ ଚିକିତ୍ସିତ ହେଉଥିବା ଜଗା-ବଳିଆ ଜୁଲାଇ ମାସ ଦ୍ବିତୀୟ ସପ୍ତାହରେ ନିଜ ଘରକୁ ଫେରିବେ। ଚଳିତ ମାସ ୨୯ତାରିଖରେ ଓଡ଼ିଶା ସରକାର ଓ ଏମ୍‌ସ କର୍ତ୍ତୃପକ୍ଷଙ୍କର ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ଏଥିରେ ଜଗା-ବଳିଆଙ୍କୁ ଡିସଚାର୍ଜ କରିବା‌ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟ ଯେ ଜୁଲାଇ ୨୦୧୭ରୁ ଦୁଇ ଶିଶୁ ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି। ଅକ୍ଟୋବର ୨୫, ୨୦୧୭ରେ ଏକ ବିରଳ ଅସ୍ତ୍ରୋପଚାରରେ ଯୋଡ଼ା ମୁଣ୍ଡରୁ ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା।

ସମ୍ବନ୍ଧିତ ଖବର

Comments are closed.