ଦୁଇ ଜଣ ମହିଳା ମନ୍ତ୍ରୀ; ଦୁଇଟି ଆକର୍ଷକ ଫଟୋ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍‌ର ଦୁଇ ମହିଳା ମନ୍ତ୍ରୀ ନିକଟରେ ଦୁଇଟି ଫଟୋରେ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଧ୍ୟାନ ଆକର୍ଷକ ହେବାର କାରଣ, ଅନେକ ଦେଶରୁ ଆସିଥିବା ସେମାନଙ୍କ ପ୍ରତିପକ୍ଷ ପୁରୁଷମାନଙ୍କ ଗହଣରେ କେବଳ ଏ ଦୁଇ ଜଣ ହିଁ ମହିଳା। ସେ ଦୁଇ ମହିଳା ମନ୍ତ୍ରୀ ହେଉଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ।

ସାମାଜିକ ଗଣମାଧ୍ୟମରେ ଅନେକ ଏ ଫଟୋ ଦୁଇଟି ବିଷୟରେ ସକାରାତ୍ମକ ମନ୍ତବ୍ୟ ଦେଇଛନ୍ତି। ରେଳମନ୍ତ୍ରୀ ପୀୟୂଷ ଗୋୟଲ୍‌ ମଧ୍ୟ ସେଥିରୁ ନିବୃତ ହୋଇ ପାରି ନାହାନ୍ତି।
ଆଜି ଟୁଇଟର୍‌ରେ ଗୋୟଲ ଫଟୋରେ ଦେଖା ଯାଉଥିବା ଦୁଇ ନାରୀଙ୍କ ବିଷୟରେ ଲେଖିଛନ୍ତି: ଯେଉଁଠି ନାରୀମାନେ ପୂଜନୀୟା ସେଠାରେ ଦେବତା ବିଜେ କରନ୍ତି।
ନିଜର ପୁରୁଷ ପ୍ରତିପକ୍ଷମାନଙ୍କ ସହ ସ୍ୱରାଜଙ୍କର ଏହି ଫଟୋଟି ନିକଟରେ ବେଜିଙ୍ଗ୍‌ ଠାରେ ଅନୁଷ୍ଠିତ ସାଙ୍ଘାଇ କୋଅପରେସନ୍‌ ଅର୍ଗାନାଇଜେସନ୍‌ ଫରେନ୍‌ ମିନିଷ୍ଟର୍‌ସ୍‌ ମିଟିଙ୍ଗ୍‌ରେ ଉଠାଯାଇଥିଲା। ଅନ୍ୟ ଫଟୋଟି ଉକ୍ତ ଅନୁଷ୍ଠାନରେ ନିଜର ପୁରୁଷ ପ୍ରତିପକ୍ଷମାନଙ୍କ ସହ ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଠିଆ ହୋଇଥିବାର ଦେଖାଯାଉଛନ୍ତି।

ସମ୍ବନ୍ଧିତ ଖବର