ପିଲାଙ୍କ ସହ ଦୁଷ୍କର୍ମ କରୁଥିବା ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ କହିଲେ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ

ନୂଆଦିଲ୍ଲୀ: ଅତି ମାତ୍ରାରେ ବିବ୍ରତ ହୋଇ ପଡ଼ିଥିବା ମେନକା ଗାନ୍ଧୀ ଆଜି କହିଛନ୍ତି ଯେ ୧୨ ବର୍ଷରୁ କମ୍‌ ବୟସ୍କ ପିଲାମାନଙ୍କ ସହ ଦୁଷ୍କର୍ମ କରୁଥିବା ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ସେ ଚାହାନ୍ତି।

ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀଙ୍କର ଏପରି ବିବୃତି ଥିବା ଏକ ଭିଡିଓ ଆଜି ରିଲିଜ୍‌ ହୋଇଛି। ଜମ୍ମୁ ଏବଂ କଶ୍ମୀର କାଥୁଆ ଠାରେ ୮ ବର୍ଷର ବାଳିକା ଅସିଫାଙ୍କ ସହ ଗଣଦୁଷ୍କର୍ମ ଏବଂ ଉତ୍ତର ପ୍ରଦେଶର ଉନ୍ନାଓ ଦୁଷ୍କର୍ମ ମାମଲା ଯୋଗୁଁ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ମେନକା ଗାନ୍ଧୀ ଏ ଭଳି ବିବୃତି ଦେଇଛନ୍ତି।

ମେନକା କହିଛନ୍ତି: ମୁଁ କାଥୁଆ ଏବଂ ନିକଟରେ ଘଟିଥିବା ସମସ୍ତ ଦୁଷ୍କର୍ମ ମାମଲାରେ ମୁଁ ଅତି ମାତ୍ରାରେ ବିବ୍ରତ। ୧୨ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ସହ ଦୁଷ୍କର୍ମ କରୁଥିବା ବ୍ୟକ୍ତିଙ୍କ ପାଇଁ ମୃତ୍ୟୁଦଣ୍ଡ ରଖାଯିବାକୁ ମୁଁ ଏବଂ ମନ୍ତ୍ରାଳୟ ପିଓସିଏସ୍‌ଓ ଆଇନ୍‌, ୨୦୧୨ରେ ସଂଶୋଧନ କରାଇବାକୁ ଚାହୁଁଛୁ।

ସମ୍ବନ୍ଧିତ ଖବର