ନୂଆଦିଲ୍ଲୀ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପରଲୋକ ପରେ ସାରା ଦେଶର ରାଜନୈତିକ ମହଲରେ ଚହଳ ପଡ଼ିଛି। ବର୍ତ୍ତମାନ ପରିସ୍ଥିତିରେ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ବିଜେପି କାହା ହାତରେ ଶାସନ କ୍ଷମତା ଦେବ ସେ ନେଇ ଆପେକ୍ଷା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଯାବତ୍ ପାରିକରଙ୍କ ଶେଷ କୃତ୍ୟ ସଂପନ୍ନ ହୋନାହିଁ। ଆଜି ସଂଧ୍ୟା ସୁଦ୍ଧା ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ରହିଛି। ମନୋହରଙ୍କ ମୃତ୍ୟୁ ପରେ ବିଜେପି ସମେତ ଅନେକ ରାଜନୈତିକ ଦଳ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଛନ୍ତି। ଅନେକ ରାଜନେତା ମନୋହରଙ୍କୁ ଭେଟି ଶେଷ ଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଣାଜିଠାରେ ପହଞ୍ଚି ମନୋହର ପାରିକର୍ଙ୍କୁ ଶେଷ ଦର୍ଶନ କରିଛନ୍ତି। ମୋଦିଙ୍କ ସାଥିରେ ଥିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ।
Panaji: Union Minister Smriti Irani gets emotional as she pays last respects to Goa CM #ManoharParrikar. pic.twitter.com/NOOucOU8iO
— ANI (@ANI) 18 March 2019
ମନୋହରଙ୍କୁ ଶେଷ ଦର୍ଶନ କରିବା ପାଇଁ ପହଞ୍ଚିଥିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରନୀ। ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରନୀ ପାରିକରଙ୍କୁ ତାଙ୍କର ଶେଷ ସମ୍ମାନ ଦେବା ବେଳେ ଭାବପ୍ରବଣ ହୋଇ ଉଠଥିଲେ। ସେ ସମୟର କିଛି ଫଟୋ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି।
ପ୍ରଧାନମନ୍ତ୍ରୀ ମୋଦି ପାରିକରଙ୍କ ପରିବାର ଲୋକଙ୍କୁ ଭେଟି ଶାନ୍ଵନା ଦେଇଛନ୍ତି। ପୂର୍ବରୁ ପାରିକରଙ୍କ ଆତ୍ମାର ସଦ୍ଗତି ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଦଳୀୟ ନେତାମାନେ ମିଶି କାଲାବୁରାଗିଠାରେ ଆୟୋଜିତ ଏକ ସର୍ବସାଧାରଣ ରାଲିରେ ୨ ମିନିଟ୍ ନୀରବ ପ୍ରାର୍ଥନା କରିଛନ୍ତି।