ପୁଲଓ୍ଵାମା ଆକ୍ରମଣ ପରେ ଜୈସ୍‌-ଏ-ମହମ୍ମଦର ଦୁଇ ଆତଙ୍କବାଦୀଙ୍କୁ ଗିରଫ କଲା ୟୁପି ଆଣ୍ଟି-ଟେରୋରିଜିମ୍‌ ସ୍କ୍ଵାଡ୍‌

ଲକ୍ଷ୍ନୌ : ପୁଲଓ୍ଵାମା ଜିଲ୍ଲାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ସପ୍ତାହେ ପରେ ଜୈସ୍‌-ଏ-ମହମ୍ମଦର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଉତ୍ତରପ୍ରଦେଶର ଆଣ୍ଟି-ଟେରୋରିଜମ୍‌ ସ୍କ୍ଵାଡ୍‌ । ଦୁଇ ଆତଙ୍କବାଦୀଙ୍କୁ ଉତ୍ତରପ୍ରଦେଶର ସାହରାନପୁର ଜିଲ୍ଲାରେ ଥିବା ଦେଓବନ୍ଦ ସହରରୁ ଗିରଫ କରାଯାଇଛି । ଗିରଫ ହେବା ପରେ ଦୁଇ ଆତଙ୍କବାଦୀ ଶହାନଓ୍ଵାଜ୍‌ ଏବଂ ଅକ୍ୱିବ୍‌ ବୋଲି ଚିହ୍ନଟ କରାଯାଇଥିବା ବେଳେ ସେମାନେ ଜମ୍ମ-କଶ୍ମୀରର କୁଲ୍‌ଗାମ୍‌ ଏବଂ ପୁଲିଓ୍ଵାମାର ବାସିନ୍ଦା ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ଶୁକ୍ରବାର ଦେଓବନ୍ଦ ସହରରେ ଆଣ୍ଟି-ଟେରୋରିଜମ୍‌ ସ୍କ୍ଵାଡ୍‌ ଚଢ଼ାଉ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଥିଲା । କିନ୍ତୁ ଗିରଫ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ସଂପୃକ୍ତି ପୁଲଓ୍ଵାମା ଆକ୍ରମଣରେ ରହିଛି କି ନାହିଁ, ତାହା ସ୍ପଷ୍ଟ ହୋଇ ପାରି ନାହିଁ । ଗିରଫ କରାଯିବା ପରେ ସେମାନେ କେବେ କଶ୍ମୀରରୁ ଦେଓବନ୍ଦକୁ ଆସିଲେ ଏବଂ ସେମାନଙ୍କ ଉଦ୍ଦେଶ୍ୟ କ’ଣ ଥିଲା ସେ ନେଇ ତଦନ୍ତ ଆରମ୍ଭ ହୋଇ ଯାଇଛି ବୋଲି କହିଛନ୍ତି ଉତ୍ତରପ୍ରଦେଶର ଡିଜି ଓ.ପି. ସିଂହ ।

ସମ୍ବନ୍ଧିତ ଖବର