ଉତ୍ତରପ୍ରଦେଶ ସରକାର ଖୋଲା ଟ୍ରକ୍‌ରେ ମୃତଶରୀର ସହିତ ଗୁରୁତର ଆହତ ଶ୍ରମିକଙ୍କୁ ଝାଡ଼ଖଣ୍ଡ ପଠାଇଲେ

ରାଞ୍ଚି: ଉତ୍ତରପ୍ରଦେଶ ଔରିୟାରେ ମେ ୧୬ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ୨୬ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ମୃତ ଶ୍ରମିକମାନେ ପାଦରେ ଚାଲିଚାଲି ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମୃତ ଶ୍ରମିକଙ୍କ ମଧ୍ୟରୁ ୧୧ଜଣ ଝାଡ଼ଖଣ୍ଡର ଥିଲେ। ତେବେ ଏହି ଶ୍ରମିକଙ୍କ ମୃତଦେହଗୁଡ଼ିକୁ କଳାରଙ୍ଗର ପ୍ଲାଷ୍ଟିକ୍‌ରେ ବନ୍ଧା ଯାଇ ଏକ ଖୋଲା ଟ୍ରକ୍‌ରେ ଯାତ୍ର କରୁଥିବା ଅନ୍ୟ ଗୁରୁତର ପ୍ରବାସୀ ଶ୍ରମିକଙ୍କ ସହ ଝାଡ଼ଖଣ୍ଡ ପଠାଯାଇଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣାକୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଅମାନବୀୟ ବୋଲି କହି ନିନ୍ଦା କରିବା ସହିତ ଟୁଇଟ କରି ବୋକାରୋ ଜିଲ୍ଲାପାଳ ଓ ଝାଡ଼ଖଣ୍ଡ ପୁଲିସଙ୍କୁ ନିର୍ଦ୍ଦେଶ ଦେଇ ରାଜ୍ୟ ସୀମାରେ ପ୍ରବେଶ କରିବା ମାତ୍ରେ ଗୁରୁତରଙ୍କୁ ଉଚିତ ଚିକିତ୍ସା ଓ ମୃତଙ୍କ ପାର୍ଥୀବ ଶରୀରକୁ ପୂରା ସମ୍ମାନର ସହ ଘରେ ପହଞ୍ଚାଇବାକୁ କହିଛନ୍ତି।

https://khabar.ndtv.com/

ଏଥିସହିତ ସେ ଘୋଷଣା କରିଛନ୍ତି କି, ଉତ୍ତରପ୍ରଦେଶର ଔରିୟାରେ ମୃତ୍ୟୁ ଘଟିଥିବା ୧୧ଜଣ ଝାଡ଼ଖଣ୍ଡ ବାସିନ୍ଦାଙ୍କ ପରିବାରକୁ ଚାରି-ଚାରି ଲକ୍ଷ ଟଙ୍କା ଏବଂ ପ୍ରତି ଗୁରୁତରଙ୍କୁ ୫୦ହଜାର ଟଙ୍କା ଲେଖାଏଁ ତତ୍କାଳ ସହାୟତା ପ୍ରଦାନ କରାଯିବ। ଏଥିସହିତ ଗୁରୁତରଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ପ୍ରଶାସନ ନେବ।

ତେବେ ଏ ନେଇ ଔରିୟା ଜିଲ୍ଲାପାଳ ଅଭିଶେକ ସିଂହ କହିଛନ୍ତି, ଭାଇରାଲ ହୋଇଥିବା ଫଟୋର ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର