‘‘ମାଲେଗାଓଁ ବୋମା ବିସ୍ଫୋରଣ ସହିତ ଯୋଗୀ ଆଦିତ୍ୟନାଥଙ୍କୁ ଯୋଡ଼ିବାକୁ ଚାହୁଥିଲା ମୁମ୍ବାଇ ଏଟିଏସ’

ବାରଣାସୀ: ମୁମ୍ବାଇ ଏଟିଏସ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଓ ରାଷ୍ଟ୍ରୀୟ ସ୍ୱୟଂ ସହାୟକ ମୁଖ୍ୟ ମୋହନ ଭାଗବତଙ୍କୁ ‘ମାଲେଗାଓଁ ବୋମା ବିସ୍ଫୋରଣ ଘଟଣା ସହିତ ଯୋଡ଼ିବା ପାଇଁ ଯୋଜନା କରିଥିଲା ବୋଲିଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଏହି ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ସୁଧାକର ଚର୍ତୁବେଦୀ।

ଶ୍ରୀ ଚର୍ତୁବେଦୀ ଗତ କାଲି (ସୋମବାର ଦିନ) କହିଛନ୍ତି ଯେ ୨୦୦୮ ‘ମାଲେଗାଓଁ ବୋମା ବିସ୍ଫୋରଣ ଘଟଣା ସହିତ ଗେରୁଆ ଆତଙ୍କବାଦ ଜଡ଼ିତ ବୋଲି ଦର୍ଶାଇବା ପାଇଁ ଘଟଣାର ତଦନ୍ତ କରୁଥିବା ମୁମ୍ବାଇ ଆଣ୍ଟି ଟେରରିଷ୍ଟ ସ୍କ୍ଵାଡ୍‌ ନିରିହ ଲୋକମାନଙ୍କୁ ଆଖିବୁଜା ଗିରଫ କରିଥିଲା। କେବଳ ସେତିକି ନୁହେଁ, ସେତେବେଳେ ଉତ୍ତରପ୍ରଦେଶରୁ ସାଂସଦଭାବେ ନିର୍ବାଚିତ ଯୋଗୀ ଆଦିତ୍ୟନାଥ ଓ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଏହି ଘଟଣାରେ ଯୋଡ଼ିବା ପାଇଁ ଏଟିଏସ ଭରପୁର ଉଦ୍ୟମ କରିଥିଲା। ସାମ୍ବାଦିକମାନଙ୍କ ସହିତ ଆଲୋଚନା ବେଳେ ବୋମା ବିସ୍ଫୋରଣ ଘଟଣାରେ ୯ ବର୍ଷ ଜେଲରେ ରହିବା ପରେ ଜାମିନ୍‌ରେ ମୁକୁଳିଥିବା ଶ୍ରୀ ଚର୍ତୁବେଦୀ କହିଛନ୍ତି ଯେ ମୁସଲମାନ ଭୋଟର ତୁଷ୍ଟିକରଣ ପାଇଁ ମହାରାଷ୍ଟ୍ରର ତତ୍‌କାଳୀନ କଂଗ୍ରେସ- ଏନସିପି ସରକାର ଗେରୁଆ ଆତଙ୍କବାଦ ଥିଓରି ବାହାର କରି ହିନ୍ଦୁ ଆକ୍ଟିଭିଷ୍ଟମାନଙ୍କୁ ଏହି ବୋମା ବିସ୍ଫୋରଣ ଘଟଣାରେ ଯୋଡ଼ିବାକୁ ଚେଷ୍ଟା କରିଥିଲା।

photo credit- midday

ଶ୍ରୀ ଚତର୍ବେଦୀ କହିଥିଲା ଯେ ଏଟିଏସ ଟିମ୍‌ ତାଙ୍କୁ ଯୋଗୀ ଆଦିତ୍ୟନାଥ ଓ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ହିନ୍ଦୁ ଯୁବ ବାହିନୀ ସମ୍ପର୍କରେ ଜାଣିବା ପାଇଁ ଗୁଡ଼େଇ ତୁଡ଼େଇ ବିଭିନ୍ନ ପ୍ରଶ୍ନ ପଚାରିଥିଲା। ଏହି ବୋମା ବିସ୍ଫୋରଣ ଘଟଣାରେ ଜଣେ ଲୋକପ୍ରୟ ହିନ୍ଦୁ ଚେହେରାକୁ ଯୋଡ଼ିବା ପାଇଁ ଏଟିଏସ ଚାହୁଁଥିଲା ଓ ଯୋଗୀ ଆଦିତ୍ୟନାଥ ଏଥିପାଇଁ ଏଟିଏସର ମୁଖ୍ୟ ଟାର୍ଗେଟ ଥିଲେ ବୋଲି ଚର୍ତୁବେଦୀ କହିଛନ୍ତି। ସେହିପରି ପଚରାଉଚରା ବେଳେ ଏଟିଏସ ତାଙ୍କୁ ଆରଏସଏସ ଓ ଏହାର ନେତାମାନଙ୍କ ସମ୍ପର୍କରେ ମଧ୍ୟ ବହୁ ପ୍ରଶ୍ନ ପଚାରିଥିଲା ବୋଲି ଶ୍ରୀ ଚର୍ତୁବେଦୀ କହିଛନ୍ତି। ଏଥିପାଇଁ ସେମାନଙ୍କୁ ଏଟିଏସ ପକ୍ଷରୁ ଭୟଙ୍କର ନିର୍ଯାତନା ଦିଆଯାଉଥିଲା ବୋଲି ଶ୍ରୀ ଚର୍ତୁବେଦୀ କହିବା ସହିତ ସାଧ୍ୱୀ ପ୍ରଜ୍ଞାସିଂହ ଠାକୁରଙ୍କୁ ଏକ ସପ୍ତାହ ଧରି ବେଆଇନଭାବେ ହାଜତରେ ରଖିବା ପରେ ଅକ୍ଟୋବର ୨୩ ତାରିଖ ଦିନ ଗିରଫ ଦର୍ଶାଯାଇଥିଲା ବୋଲି ଶ୍ରୀ ଚର୍ତୁବେଦୀ କହିଛନ୍ତି।
ଶ୍ରୀ ଚର୍ତୁବେଦୀ କହିଛନ୍ତି ଯେ ଏଟିଏସ ଟିମ୍‌ ତାଙ୍କ ନିସିକ ପାଖରେ ଧରିଥିଲେ ଓ ସେଠାରୁ ତାଙ୍କୁ ସିଧା ମୁମ୍ବାଇ ଆଣିଥିଲେ। ତାପରେ ତାଙ୍କୁ ଭୟଙ୍କର ନିର୍ଯାତନା ଦିଆଯାଇ ଏକ ୭ ସିଟ୍‌ ବିଶିଷ୍ଟ ଘରୋଇ ବିମାନରେ ତାଙ୍କୁ ମୁମ୍ବାଇରୁ ଭୋପାଳ ନିଆଯାଇଥିଲା।ଏବଂ ଏୟାର ଟ୍ରାଫିକ କଣ୍ଟ୍ରୋଲ ରେକର୍ଡରେ ତାଙ୍କ ନାମ ସଂଗ୍ରାମ ସିଂହ ବୋଲି ଦର୍ଶାଯାଇଥିଲା।ସେହିପରି ଏଟିଏସ ଅଧିକାରୀ ତାଙ୍କ ହାତରୁ ଘରର ଚାବି ଛଡ଼ାଇ ନେଇ ଘରେ ଆରଡିଏକ୍ସ ରଖିଥିଲେ ବୋଲି ଶ୍ରୀ ଚର୍ତୁବେଦୀ ଅଭିଯୋଗ କରିଥିଲେ। ତାଙ୍କ ନାମରେ ବିଭିନ୍ନ ମିଥ୍ୟା ଅଭିଯୋଗ ଯୋଡ଼ି ନଥିପତ୍ର ପ୍ରସ୍ତୁତ କରାଯାଇଥିଲା।ସେହିପରି ତାଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରାଯାଇ ତାଙ୍କ ପାଖରେ ଜୋର ଜବରଦସ୍ତ ଏକ ପିସ୍ତଲ ରଖାଯାଇଏହା ତାଙ୍କ ଠାରୁ ଜବତ କରାଯାଇଥିଲା ବୋଲି ଦର୍ଶାଯାଇଥିଲା। ପରେ ଜାତୀୟ ତଦନ୍ତ ସଂସ୍ଥା( ଆଇଏନଏ) ମୁମ୍ବଇ ଏଟିଏସ ଠାରୁ ତଦନ୍ତ ଦାୟିତ୍ୱ ନେଇଥିଲା। ଏଥିରେ ତାଙ୍କ ଘରେ ଆରଡିଏକ୍ସ ରଖାଯାଇଥିବା ନେଇ ଆଇଏନଏ ସୂଚନା ଦେଇଥିଲା। ତଥାପି ପିସ୍ତଲ ଓ ଆରଡିଏକ୍ସ କିଏ ଯୋଗାଇ ଥିଲା, ତାଙ୍କ ଗିରଫ ପରେ କିଏ ଘରୋଇ ବିମାନ ଭଡ଼ା ଦେଇଥିଲା ସେ ସମ୍ପର୍କରେ ଉପଯୁକ୍ତ ତଦନ୍ତ ହୋଇ ନ ଥିବା ଶ୍ରୀ ଚତୁେବେଦୀ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାରେ ଗିରଫ ହୋଇଥିବା ଇକ୍‌ବାଲ କସ୍କରଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସ ଉଦ୍ୟମ କରିଥିବା ସେ ସନ୍ଦେହ କରନ୍ତିି ବୋଲି ଶ୍ରୀ ଚର୍ତୁବେଦୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର