ଚିକାଗୋ: ପାଗ ଆଣ୍ଟାର୍କଟିକା ଠାରୁ ଆହୁରି ଥଣ୍ଡା ହୋଇ ଯିବାରୁ ବୁଧବାର ଦିନ ଆମେରିକୀୟ ମିଡ୍େଓ୍ଵଷ୍ଟ୍ରେ ଲୋକମାନଙ୍କର ସ୍ୱାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପାଣି ଜମାଟ ବାନ୍ଧିଯିବା ପରି ହେମାଳ ଯୋଗୁଁ ଉଡ଼ାଜାହଜ ସବୁ ଉଡ଼ି ପାରି ନ ଥିଲେ, ଡାକ ଦିଆ ଯାଇ ନ ଥିଲା, ସ୍କୁଲ୍ ଓ ବାଣିଜ୍ୟିକ ପ୍ରତିଷ୍ଠାନ ସବୁ ବନ୍ଦ ରହି ଥିଲା। ଲୋକବାକ ଘରେ ରହିଥିଲେ।
ଆମେରିକାର ତୃତୀୟ ସହର ଚିକାଗୋରେ ସକାଳର ତାପମାତ୍ରା ଥିଲା -୨୨ଂ । ତା’ସହ ବହୁଥିବା ପବନ ଯୋଗୁଁ ଥଣ୍ଡା -୫୦ଂ ହେଲା ପରି ଅନୁଭୂତ ହେଉଥିଲା।
ସହରର ଦୁଇ ପ୍ରମୁଖ ବିମାନ ବନ୍ଦରରୁ ୧୫୦୦ ବିମାନ ଉଡ଼ାଣ ସ୍ଥଗିତ ରହିଥିଲା। ଚିକାଗୋ ହବ୍ରୁ ରେଳ ଚଳାଚଳ ମଧ୍ୟ ବନ୍ଦ ରହିଥିଲା।
ପାଗ ଯାହା ହେଉ ନା କାହିଁକି ନିଶ୍ଚୟ ଚିଠି ପଠାଇବ ବୋଲି ପ୍ରତିଶ୍ରୁତିବଦ୍ଧ ଯୁକ୍ତରାଷ୍ଟ୍ର ଆମେରିକାର ଡାକ ସେବା ବନ୍ଦ ରଖାଯାଇଥିଲା। ଫଳରେ ଇଣ୍ଡିଆନା, ମିଚିଗାନ୍, ଇଲିନୋଇସ୍, ଓହିଓ, ଡାକୋଟାସ୍ ଏବଂ ନେବ୍ରସ୍କାରେ କେତେକ ଅଞ୍ଚଳରେ ଡାକ ଦିଆଯାଇ ପାରି ନ ଥିଲା।
ବିଶେଷତଃ ଉତ୍ତରମେରୁକୁ ବେଢ଼ି ରହୁଥିବା ଆର୍ଟିକ୍ ବାୟୁ ଝାଙ୍କ ସେଠାରୁ ବାହାରି ଆସିବାରୁ ଏ ଭଳି ଥଣ୍ଡା ଅନୁଭୂତ ହେଉଛି ବୋଲି ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି।