ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କ ସହ ଅଟଳବିହାରୀ ବାଜପେୟୀଙ୍କର ଥିଲା ଗୋଟାଏ ବିଶେଷ ସମ୍ପର୍କ। ୧୯୫୭ ମସିହାରେ ବାଜପେୟୀ ପ୍ରଥମ କରି ଲୋକସଭା ସାଂସଦ ହୋଇଥିବା ବେଳେ ଜଣେ ଗଣ୍ୟମାନ୍ୟ ବିଦେଶୀଙ୍କ ସହ ନେହେରୁ ତାଙ୍କର ପରିଚୟ କରାଇ କହିଥିଲେ କି, ଏ ଭାରତର ଭବିଷ୍ୟତ ପ୍ରଧାନମନ୍ତ୍ରୀ। ବାଜପେୟୀ ନେହେରୁ ସରକାରଙ୍କର ତୀବ୍ର ସମାଲୋଚନା କରୁଥିବା ସତ୍ତ୍ୱେ ନେହେରୁ ଏ ଭଳି କହିଥିଲେ। କଶ୍ମୀରକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦର କାରଣ କରିଥିବାରୁ ବାଜପେୟୀ ନେହେରୁଙ୍କୁ ଦାୟୀ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
୧୯୬୨ ମସିହାରେ ଚୀନ୍ର ଭାରତ ଆକ୍ରମଣ ସମୟରେ ସୀମାନ୍ତ ପରେ ସୀମାନ୍ତରେ ଭାରତୀୟ ସୈନିକ ପରାଜୟର ସମ୍ମୁଖୀନ ହେଉଥିବା ବେଳେ ବାଜପେୟୀ ନେହେରୁଙ୍କୁ ଭେଟି ପାର୍ଲାମେଣ୍ଟ୍ ଅଧିବେଶନ ଡକାଇବାକୁ କହିଥିଲେ। ନେହେରୁ ରାଜି ହୋଇ ସଂସଦ ଅଧିବେଶନ ଡକାଇଥିଲେ। ଚୀନ୍ର ଆକ୍ରମଣ କଥା ପାର୍ଲାମେଣ୍ଟ୍ରେ କହି ବାଜପେୟୀ ନେହେରୁଙ୍କୁ କହିଲେ ଯେ ଚୀନ୍ର ଧମକକୁ ଅବଜ୍ଞା କରି ସେ ବଡ଼ ପାପ କରିଛନ୍ତି।
ଚୀନ୍ ବିପକ୍ଷରେ ନେହେରୁଙ୍କ ପରାଜୟ ଥିଲା ନେହେରୁଙ୍କ ପାଇଁ ବଡ଼ ସମସ୍ୟା ଏବଂ ତାଙ୍କ ଆନ୍ତର୍ଜାତିକ ଖ୍ୟାତି ଉପରେ ଧକ୍କା। ପର ବର୍ଷମାନଙ୍କରେ ନେହେରୁଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିଲା ଓ ସରକାରୀ କାର୍ଯ୍ୟରୁ ସାମର୍ଥ୍ୟ ନିରୁଦ୍ଦେଶ ହୋଇ ଚାଲିଲା। ମେ ୧୯୬୪ରେ ତାଙ୍କର ଦେହାନ୍ତ ହେଲା।
ଜବାହରଲାଲ୍ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ଅଟଳବିହାରୀ ବାଜପେୟୀ ଏକ ମର୍ମସ୍ପର୍ଶୀ ଭାଷଣ ଦେଇଥିଲେ।
‘‘ସ୍ୱପ୍ନଟିଏ ଛାରଖାର ହୋଇଗଲା, ଗୀତ ବନ୍ଦ ହୋଇଗଲା, ଅସୀମରୁ ଶିଖାଟିଏ ଉଭେଇ ଗଲା। ତାହା ଥିଲା ଭୟ ନ ଥିବା ଓ ଭୋକ ନ ଥିବା ବିଶ୍ୱର ସ୍ୱପ୍ନ। ତାହା ଥିଲା ଗୋଟାଏ ମହାକବ୍ୟର ଗୀତ ଯେଉଁଥିରେ ଥିଲା ଗୀତାର ପ୍ରତିଧ୍ୱନି ଓ ଗୋଲାପର ସୁଗନ୍ଧ। ତାହା ଥିଲା ସରା ରାତି ଜଳୁଥିବା ପ୍ରଦୀପର ଶିଖା, ସମସ୍ତ ଅନ୍ଧକାର ସହ ଯୁଝି ଆମକୁ ବାଟ ଦେଖାଇଲା ଏବଂ ଏକ ସକାଳେ ନିର୍ବାଣ ଲଭିଲା।’’
ଭାରତୀୟ ରାଜନୀତିରେ ସମାନ୍ତରଳ ବିଚାରଧାରା ଏବଂ ବର୍ଣ୍ଣନାତ୍ମକତା ପାଇଁ ସୃଷ୍ଟି କରିବା ପାଇଁ ପ୍ରତିଷ୍ଠା କରାଯାଇଥିବା ଗୋଟିଏ ଦଳର ସାଂସଦଙ୍କ ପାଖରୁ ଏକଥା ଥିଲା ଅପ୍ରତ୍ୟାଶିତ। କିନ୍ତୁ ଅଟଳବିହାରୀ ବାଜପେୟୀ ନେହେରୁଙ୍କୁ ପ୍ରଶଂସା କରି ଚାଲିଥିଲେ। ନେହେରୁଙ୍କ ବ୍ୟକ୍ତିତ୍ୱକୁ ସେ ବାଲ୍ମୀକି କୃତ ମହାକାବ୍ୟ ରାମାୟଣର ଭଗବାନ ରାମଙ୍କ ସହ ତୁଳନା କରିଥିଲେ। କିଂବଦନ୍ତୀୟ ଅତୀତର ପବିତ୍ର ବୀରମାନଙ୍କ ସହ ତୁଳନା କରିବା ପୂର୍ବରୁ ବାଜପେୟୀ ନେହେରୁଙ୍କୁ ଭାରତ ମାତାଙ୍କୁ ‘ଗେହ୍ଲା ରାଜକୁମାର’ ବୋଲି କହିଥିଲେ।
ବାଜପେୟୀ କହିଥିଲେ: ଆଜି ଭାରତ ମାତା ଶୋକାତୁରା। ସେ ତାଙ୍କର ଗେହ୍ଲା ରାଜକୁମାରଙ୍କୁ ହରାଇଛନ୍ତି। ଆଜି ମାନବତ୍ୱ ଦୁଃଖୀ। ମାନବତ୍ୱ ଆଜି ତା’ର ଭକ୍ତ ହରାଇଛି। ଶାନ୍ତି ଆଜି ଅଶାନ୍ତ। ତା’ର ରକ୍ଷକ ଆଉ ନାହାନ୍ତି। ନିସ୍ପେଷିତମାନେ ସେମାନଙ୍କ ଆଶ୍ରୟ ହରାଇଛନ୍ତି। ସାଧାରଣ ମଣିଷ ତା’ ଆଖିର ଜ୍ୟୋତି ହରାଇଛି।