ଦେବଦୂତ ସାଜି ଅସୁସ୍ଥ ପୁଲିସ କର୍ମଚାରୀଙ୍କ ପାଖରେ ପହଞ୍ଚିଲେ ସହକର୍ମୀ ଓ ଗ୍ରାମବାସୀ; କାନ୍ଧରେ ବୋହି ୭ କିମି ବରଫଭର୍ତ୍ତି ରାସ୍ତା ଅତିକ୍ରମ କରି ହସ୍‌ପିଟାଲ ପହଞ୍ଚାଇଲେ

ନୂଆଦିଲ୍ଲୀ: ଚାରିଆଡେ ଶୀତ ଲହରି ଜାରି ରହିଥିବାରୁ ହିମାଚଳ ପ୍ରଦେଶରେ ତୁଷାରପାତ ହୋଇ ଚାରିଆଡ଼େ ବରଫ ଜମି ଯାଇଛି। ଫଳରେ ରାସ୍ତାଘାଟ ବନ୍ଦ ହୋଇଯାଇଥିବାରୁ ଯାନବାହନ ଚଳାଚଳରେ ବାଧା ଉପୁଜୁଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ହିମାଚଳ ପ୍ରଦେଶରେ ଜଣେ ପୁଲିସକର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକ ଥିଲା। ଉକ୍ତ ପୁଲିସ କର୍ମଚାରୀଙ୍କ ପାଖରେ ଗ୍ରାମବାସୀ ଓ ଅନ୍ୟ ପୁଲିସକର୍ମଚାରୀ ଦେବଦୂତ ସାଜି ପହଞ୍ଚି ତାଙ୍କ ଜୀବନ ରକ୍ଷା କରିଥିଲେ।

ସୂଚନାଯୋଗ୍ୟ, ଜାନୁଆରି ୧୭ ତାରିଖ ସକାଳେ ଲାହୋଲ-ସ୍ପିତିରେ ମୁତୟନ ଥିବା ଜଣେ ପୁଲିସକର୍ମଚାରୀଙ୍କ ଶରୀର ପ୍ରବଳ ଥଣ୍ଡା ହେତୁ ହଠାତ ଅସୁସ୍ଥ ହୋଇପଡ଼ିଥିଲା। ତାଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସାର ଆବଶ୍ୟକତା ଥିଲା। କିନ୍ତୁ ବରଫ ଜମି ଯାଇଥିବା ହେତୁ ସମସ୍ତ ରାସ୍ତା ବନ୍ଦ ହୋଇଯାଇଥିଲା। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଅନ୍ୟ ପୁଲିସ କର୍ମଚାରୀଙ୍କ ସହିତ ଗ୍ରାମବାସୀ ଅସୁସ୍ଥ ପୁଲିସ କର୍ମଚାରୀଙ୍କ ପାଖକୁ ସାହାଯ୍ୟ ପାଇଁ ଦୌଡ଼ି ଆସିଥିଲେ।

ସମସ୍ତେ ମିଶି ଅସ୍ଥାୟୀ ଷ୍ଟ୍ରେଚର ତିଆରି କରିଥିଲେ। ଏହାପରେ ଏହି ଷ୍ଟ୍ରେଚରରେ ଅସୁସ୍ଥ ପୁଲିସ କର୍ମଚାରୀଙ୍କୁ ଧରି ଏକ କମ୍ବଳ ଘୋଡ଼ାଇ ୭କିମି ପର୍ଯ୍ୟନ୍ତ ଚାଲିଚାଲି ଗ୍ରାମବାସୀ ଓ ଅନ୍ୟ ପୁଲିସ କର୍ମଚାରୀ ତାଙ୍କୁ ନେଇ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ପରେ ତାଙ୍କ ଅବସ୍ଥା ସୁସ୍ଥ ଥିବା କଥା ଡାକ୍ତର କହିଛନ୍ତି।

Image result for villagers-walking-in-snow-7-km-carrying-sick-policeman

ପୁଲିସ କର୍ମଚାରୀ ଓ ଗ୍ରାମବାସୀଙ୍କ କଠିନ ଉଦ୍ୟମ ହେତୁ ଅସୁସ୍ଥ ପୁଲି ସକର୍ମଚାରୀ ଜଣକଙ୍କୁ ଉଚିତ ସମୟରେ ଚିକିତ୍ସା ମିଳି ପାରି ଥିବାରୁ ତାଙ୍କର ଜୀବନ ବଞ୍ଚି ଯାଇଛି। ଭାରତୀୟ ପାଣିପାଗ ବିଭାଗର ଅନୁମାନ ଅନୁସାରେ ଶନିବାର ରାଜ୍ୟରେ ଆହୁରି ଅଧିକ ତୁଷାରପାତ ହୋଇପାରେ।

ସମ୍ବନ୍ଧିତ ଖବର