ପୂରା ବିଶ୍ୱ ପୁଲଓ୍ଵାମା ଓ ବାଲାକୋଟ୍ ଷ୍ଟ୍ରାଇକ୍ ଉପରେ ନଜର ରଖିଥିବା ବେଳେ ଭାରତୀୟ ସେନା ଚଳାଇଥିଲା ଅନ୍ୟ ଏକ ଅପରେସନ
ନୂଆଦିଲ୍ଲୀ: ଗତ ଫେବ୍ରୁଆରି ୧୪ ତାରିଖରେ ପୁଲଓ୍ଵାମା ଆକ୍ରମଣ ଓ ତା’ର ଠିକ୍ ୧୨ ଦିନ ପରେ ୨୬ରେ ବାଲାକୋଟ ଷ୍ଟ୍ରାଇକ୍ ପୂରା ଦେଶବାସୀଙ୍କୁ ଯୁଦ୍ଧ ମୁହାଁ କରିଥିବା ବେଳେ ସେ ସମୟରେ ଭାରତୀୟ ସେନା କିନ୍ତୁ ପାଞ୍ଚିଥିଲା ଭିନ୍ନ କିଛି। ମିଆଁମାର ସୀମାରେ ଅନୁପ୍ରବେକାରୀଙ୍କୁ ରୋକିବା ପାଇଁ ଭାରତୀୟ ସୀମା ଚଳାଇଥିଲା ଏକ ମେଗା ଅପରେସନ୍। ଫେବ୍ରୁଆରି ୧୭ ତାରିଖରୁ ମାର୍ଚ ୨ ଭିତରେ ମିଆଁମାର୍ ଓ ଭାରତୀୟ ସେନା ମିଳିତ ଭାବେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଏହି ମେଗା ଅପରେସନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଯେତେବେଳେ ପୂରା ବିଶ୍ୱ ପୁଲଓ୍ଵାମା ଓ ବାଲାକୋଟ ଆକ୍ରମଣକୁ ନେଇ ଆଲୋଚନା, ସମାଲୋଚନାରେ ବ୍ୟସ୍ତ ଥିଲା ସେତେବେଳେ ଭାରତୀୟ ସେନା ବ୍ୟସ୍ତ ଥିଲା ଏହି ଅପରେସନରେ। ଭାରତ-ପାକ୍ ଭିତରେ ଉପୁଜିଥିବା ଯୁଦ୍ଧ ପରିସ୍ଥିତି ହେତୁ ପୂରା ଭାରତ ଓ ଭାରତ ବାହାରର ଲୋକଙ୍କ ନଜର ପଶ୍ଚିମ ସୀମାରେ ଥିବା ବେଳେ ଭାରତୀୟ ସେନା ମିଆଁମାର ଦ୍ୱାରା ଆତଙ୍କବାଦୀ ନାମରେ ନାମିତ ହୋଇଥିବା ଆରାକନ ସେନାର ଭାରତରେ ଅନୁପ୍ରବେଶକୁ ରୋକିବାରେ ବ୍ୟସ୍ତ ରହିଥିଲା।
ଭାରତ ଓ ମିଆଁମାର ମିଳିତ ଭାବେ ଆରମ୍ଭ କରିଥିବା ଅପରେସନରେ ପ୍ରଥମରେ ମିଜୋରାମ ସୀମାରେ ନୂଆ କରି ନିର୍ମିତ ହୋଇଥିବା ଶିବିରକୁ ଟାର୍ଗେଟ କରାଯାଇଥିଲା। ଦ୍ୱିତୀୟ ଟର୍ଗେଟରେ ରହିଥିଲା ଅରୁଣାଚଳ ପ୍ରଦେଶ ସୀମାରୁ ପ୍ରାୟ ୧୦୦୦ କିଲୋମିଟର ଦୂରରେ ଅବସ୍ଥିତ ନାଗା ସମୂହ ଓ ଏନ୍ଏସ୍ସିଏନ୍।
ଏହି ଅପରେସନ ପୂରା ଦୁଇ ସପ୍ତାହ ଧରି ଚାଲିବା ପରେ ଶେଷର ମାର୍ଚ ୨ରେ ଶେଷ ହୋଇଥିଲା। ଏହି ଅପରେସନରେ ଭାରତୀୟ ସେନା, ଆସାମ ରାଇଫଲ୍ ନିୟୋଜିତ ହେବା ସହ ଏଥିରେ ହେଲିକପ୍ଟର, ଡ୍ରୋନ ଆଦି ବ୍ୟବହାର କରାଯାଇଥିଲା। ଏହି ଅପରେସନ ପାଇଁ ଦୁଇ ମାସ ପୂର୍ବରୁ ଯୋଜନା ହୋଇଥିଲା।