ମୋଦିଙ୍କୁ ନିଦରେ ଶୁଆଇ ଦେବେ ନାହିଁ ରାହୁଲ ! ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ ଡାକି କହିଲେ ଏକଥା 

ନୂଆଦିଲ୍ଲୀ: ଦେଶର ସମସ୍ତ କୃଷକଙ୍କ ଋଣଛାଡ ନ ହେବା ପର୍ଯ୍ୟନ୍ତ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୋଇବାକୁ ଦେବୁ ନାହିଁ ବୋଲି ଦୃଢ଼ୋକ୍ତି କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି।
ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇ ସମସ୍ତ କୃଷକଙ୍କ ଋଣ ଛାଡ଼ କରାଇବ। ଯଦି  ଆମର ରାଜ୍ୟ ସରକାରଙ୍କୁ କୃଷି ଋଣ ଛାଡ ପାଇଁ କିଛି ଘଣ୍ଟାର ସମୟ  ଲାଗିଲା, ତେଣୁ କେନ୍ଦ୍ର ସରକାର କାହିଁ କୃଷି ଋଣ ଛାଡ଼ କରିବେ ନାହିଁ? ଆମେ ସରକାରଙ୍କୁ ବାଧ୍ୟ କରିବୁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବାଚନିକ ଆକ୍ରମଣ କରି ରାହୁଲ କହିଛନ୍ତି ,ମୋଦି ସରକାର କେବଳ ଧନୀ ବ୍ୟକ୍ତିଙ୍କ ଋଣ ଛାଡ଼ କରୁଛନ୍ତି। ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ଟଙ୍କା ଚୋରି କରୁଛନ୍ତି। ଏଥି ସହ ସେ ଦେଶର ଚାଷୀକୂଳକୁ ପ୍ରତିଶ୍ରୁତି ଦେଇଛନ୍ତି କି ଖୁବ୍‌ଶୀଘ୍ର କୃଷକଙ୍କ କଲ୍ୟାଣ ଲାଗି ପଦକ୍ଷେପ ନିଆଯିବ।

ମୋଦିଙ୍କୁ ଆକ୍ଷେପ କରି ରାହୁଲ କହିଛନ୍ତି ବିମୁଦ୍ରୀକରଣ ହେଉଛି ପୃଥିବୀର ସର୍ବବୃହତ ଦୁର୍ନୀତି। ସରକାର ଲୋକଙ୍କୁ ମିଛ କହିବା ସହ କୃଷକ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଲୁଟୁଛନ୍ତି।
ତେବେ ୧୯୮୪ ଶିଖ ବିରୋଧୀ ଦଙ୍ଗାରେ କଂଗ୍ରେସ ନେତା ସଜ୍ଜନ କୁମାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପ୍ରସଙ୍ଗରେ ରାହୁଲ ମନ୍ତବ୍ୟ ଦେବାକୁ ମନା କରି ଦେଇଥିଲେ। ଏଥିସହ ଆଜିର ସାମ୍ବାଦିକ ସମ୍ମିଳନୀ କୃଷକମାନଙ୍କ ସମସ୍ୟା ଲାଗି ଉଦ୍ଦିଷ୍ଟ ବୋଲି ମତ ଦେଇଥିଲେ।
ସମ୍ବନ୍ଧିତ ଖବର