ନେହେରୁଙ୍କ ପାଇଁ ଜଣେ ଚା’ବାଲା ଆଜି ଦେଶର ପ୍ରଧାନମନ୍ତ୍ରୀ ବୋଲି ଶଶୀ ଥରୁର୍‌ ଦେଇଥିବା ବୟାନ୍‌ର ମୁହଁତୋଡ଼ ଜବାବ ଦେଲେ ମୋଦି

ଅମ୍ବିକାପୁର: ନିକଟ ଅତୀତରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜନ୍ମଦିନ ପାଳନ ଅବସରରେ କଂଗ୍ରେସର ସାଂସଦ ତଥା ବରିଷ୍ଠ ନେତା ଶଶୀ ଥରୁର୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ଷେପ କରି  ମତ ରଖିଥିଲେ  କି ‘ଆଜି ଯଦି ଜଣେ ଚା’ବାଲା ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି ତାହା କେବଳ ନେହେରୁଙ୍କ ପାଇଁ ସମ୍ଭବ ହୋଇଛି। ନେହେରୁ ଏକ ଏପରି ଗଣତାନ୍ତ୍ରିକ ବ୍ୟବସ୍ଥା କରିଥିଲେ, ଯାହା ଫଳରେ ଦେଶର କୌଣସି ବି ନାଗରିକ ସର୍ବୋଚ୍ଚ ପଦବୀ ପାଇଁ ଯୋଗ୍ୟ ହୋଇପାରୁଛନ୍ତି।’

ଥରୁର୍‌ଙ୍କ ଏହି ମନ୍ତବ୍ୟର ଉତ୍ତର ଦେଇ ମୋଦି ଶୁକ୍ରବାର ଆମ୍ବେଦପୁରରେ ହେଉଥିବା ଏକ ରାଲିରେ କହିଛନ୍ତି କି ‘ମୁଁ ସେଇଦିନ ନେହେରୁ କରିଥିବା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମ୍ମାନ କରିବି ଯେଉଁଦିନ କଂଗ୍ରେସ ଜଣେ ଅଣ ଗାନ୍ଧୀ-ନେହେରୁ ପରିବାରରୁ ୫ ବର୍ଷ ପାଇଁ ସଭାପତି ବାଛିବ। ମୁଁ ଖୋଲାଖୋଲି ଭାବେ କହୁଛି ଯେ ଦଳ ପାଇଁ ଜଣେ ଯୋଗ୍ୟ ସଭାପତି ବାଛ, ଗାନ୍ଧୀ-ନେହେରୁ ପରିବାର ବାହାରୁ କାହାକୁ ବାଛ। ତେବେ ଯାଇ ମୁଁ ଜାଣିବି ନେହେରୁଜୀ ବାସ୍ତବରେ ଏକ ଉତ୍ତମ ଗଣତାନ୍ତ୍ରିକ ବ୍ୟବସ୍ଥା ସୃଷ୍ଟି କରିଥିଲେ।’

ମୋଦି ଆହୁରି ବି କହିଛନ୍ତି କି, ‘ସେମାନେ ଏ ଯାଏ ବି ଗ୍ରହଣ କରିପାରୁନାହାନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀ। ପାଖାପାଖି ସାଢ଼େ ଚାରି ବର୍ଷ ହେବ ମୁଁ ପ୍ରଧାନମନ୍ତ୍ରୀ ହେଲିଣି। ସେମାନେ ତଥାପି କାନ୍ଦୁଛନ୍ତି ଯେ ଜଣେ ଚା’ବାଲା କିପରି ପ୍ରଧାନମନ୍ତ୍ରୀ ହୋଇଗଲା?’

ସମ୍ବନ୍ଧିତ ଖବର