ସାବରିମାଲାରେ ମନ୍ଦିରରେ ପ୍ରବେଶ ନକରି ମଧ୍ୟ ମହିଳାମାନେ ଦର୍ଶନ କରିପାରୁଛନ୍ତି, କିପରି ସମ୍ଭବ ହେଉଛି ଜାଣନ୍ତୁ

କୋଚି : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ତାକୁ କାର୍ଯ୍ୟକାରୀ କରିବାକୁ କେରଳ ରାଜ୍ୟ ସରକାରଙ୍କ ପ୍ରବଳ ଉଦ୍ୟମ ସତ୍ତ୍ୱେ କେରଳର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ସାବରିମାଲାରେ ଏପର୍ଯ୍ୟନ୍ତ କୌଣସି ମହିଳା ପ୍ରବେଶ କରିପାରିନାହାନ୍ତି । ଅନେକ ମହିଳା ପ୍ରବେଶ ପାଇଁ ଉଦ୍ୟମ କରି ଶ୍ରଦ୍ଧାଳୁଙ୍କ ପ୍ରବଳ ବିରୋଧ ଯୋଗୁଁ ଫେରିଆସିଛନ୍ତି । ତେବେ ମହିଳାମାନେ ସାବରିମାଲା ମନ୍ଦିରରେ ଦର୍ଶନ ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି । ଏହା ଦ୍ୱାରା ମନ୍ଦିରର ଦିଅଁଙ୍କୁ ସେମାନେ ଦର୍ଶନ କରିବା ସହ ପରମ୍ପରା ମଧ୍ୟ ଅକ୍ଷୁର୍ଣ୍ଣ ରହୁଛି । ସ୍ମାର୍ଟଫୋନ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଉଛି । ପରିବାରର ପୁରୁଷମାନେ ସାବରିମାଲା ଯାଇ ଆୟାପ୍ପାସ୍ୱାମୀଙ୍କ ଦର୍ଶନ କରିବା ସହ ନିଜ ସ୍ମାର୍ଟଫୋନରେ ଭିଡିଓ କଲିଂ କରି ଘରେ ଥିବା ମହିଳାମାନଙ୍କୁ ଦର୍ଶନ କରାଉଛନ୍ତି ।

ସୂଚନାଯୋଗ୍ୟ ଯେ ପୂର୍ବରୁ ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କ ପାଇଁ ଏହି ଭଗବାନ ଆୟାପ୍ପାଙ୍କ ମନ୍ଦିରକୁ ଯିବା ନିଷିଦ୍ଧ ଥିଲା, କିନ୍ତୁ ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସବୁ ବୟସର ମହିଳାଙ୍କ ପ୍ରବେଶ ଅନୁମତି ଦେଇଥିଲେ । କିନ୍ତୁ ଏହାକୁ ସମଗ୍ର ଦକ୍ଷିଣ ଭାରତ ବିଶେଷକରି ଆୟାପ୍ପା ଭକ୍ତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।

ସମ୍ବନ୍ଧିତ ଖବର