ପାକିସ୍ତାନରେ ମିଳିଲା ବିଶ୍ୱର ସର୍ବପୁରାତନ ବୁଦ୍ଧ ମୂର୍ତ୍ତି

ଇସଲାମାବାଦ: ବିଶ୍ୱର ସର୍ବପୁରାତନ ନିଦ୍ରାମଗ୍ନ ବୁଦ୍ଧମୂର୍ତ୍ତି ପାକିସ୍ତାନରୁ ମିଳିଛି । ଖ୍ୟାବର ପଖତୁନ୍‌ଖ୍ଵା ପ୍ରଦେଶର କାନପୁର ଜିଲ୍ଲାରେ ଥିବା ଭମାଳା ସ୍ତୁପ ନିକଟରେ ଏହି ୪୮ ଫୁଟ ଲମ୍ବା ମୁଣ୍ଡବିହୀନ ବୁଦ୍ଧମୂର୍ତ୍ତି ମିଳିଛି । ଏହି ମୂର୍ତ୍ତି ତୃତୀୟ ଶତାବ୍ଦୀ ସମୟର ବୋଲି ପଖତୁନ୍‌ଖ୍ଵା ପ୍ରତ୍ନତତ୍ତ୍ୱ ଓ ସଂଗ୍ରହାଳୟର ନିର୍ଦ୍ଦେଶକ ଅବ୍‌ଦୁଲ ସାମଦ କହିଛନ୍ତି । ସେ କହିଛନ୍ତି ଯେ, ଏହା ହେଉଛି ବିଶ୍ୱର ସର୍ବ ପୁରାତନ ବୁଦ୍ଧମୂର୍ତ୍ତି । ଭମାଳା ସ୍ତୁପ ନିକଟରେ ଖନନ ସମୟରେ ଏହି ବୁଦ୍ଧ ମୂର୍ତ୍ତି ସହ ୫୦୦ରୁ ଊର୍ଦ୍ଧ୍ୱ ବୌଦ୍ଧଧର୍ମ ସମ୍ପର୍କିତ ସାମଗ୍ରୀ ମିଳିଛି । ଏହି ସବୁ ସାମଗ୍ରୀ ତକ୍ଷଶୀଳା ସଭ୍ୟତା ସମ୍ପର୍କରେ ଅନେକ ତଥ୍ୟ ଉନ୍ମୋଚନ କରିବ ବୋଲି ନିର୍ଦ୍ଦେଶକ ସାମଦ କହିଛନ୍ତି ।

ସମ୍ବନ୍ଧିତ ଖବର