ୟାସିନ ମଲିକ ଗିରଫ, ମିରେଓ୍ଵଜ ଗୃହବନ୍ଦୀ

ଶ୍ରୀନଗର: କଶ୍ମୀରରେ ପରିସ୍ଥିତି ଅଣାୟତ୍ତ ହେବା ପରେ ଜେକେଏଲଏଫ ଅଧ୍ୟକ୍ଷ ୟାସିନ ମଲିକଙ୍କୁ ଗିରଫ କରାଯାଇଥିବା ବେଳେ ହୁରିୟତ୍‌ କନଫରେନ୍ସ ଅଧ୍ୟକ୍ଷ ମିରେଓ୍ଵଜ ଉମର ଫାରୁକଙ୍କୁ ଗୃହବନ୍ଦୀ ରଖାଯାଇଛି। ୟାସିନ୍‌ ଆଜି ମୈସୁମାସ୍ଥିତ ବାସଭବନରେ ଥିବା ବେଳେ ସେଠାରୁ ତାଙ୍କୁ ଗିରଫ କରାଯାଇ କୋଠିବାଗ୍‌ ପୁଲିସ୍‌ ଷ୍ଟେସନ ନିଆଯାଇଛି। ସେଭଳି ଫାରୁକ୍‌ଙ୍କୁ ତାର ନିଗିନସ୍ଥିତ ବାସଭବନରେ ଗୃହବନ୍ଦୀ କରି ରଖାଯାଇଥିବା ଖବର ମିଳିଛି। ହୁରିୟତ୍‌ ନେତା ସୟେଦ୍‌ ଅଲୀ ଗିଲାନୀଙ୍କୁ ପୂର୍ବରୁ ହିଁ ଗୃହବନ୍ଦୀ ଭାବେ ରଖଯାଇଥିବା ବେଳେ ଅନ୍ୟ ୩ ଜଣ ବିଚ୍ଛିନ୍ନତାବାଦେୀ ନେତା କଶ୍ମୀର ଘାଟୀରେ ବନ୍ଦ ଡାକରା ଦେଇଛନ୍ତି। କଶ୍ମୀର ଘାଟି ଅଶାନ୍ତ ହେବା ପରେ ଏହି ଦୁଇ ନେତା ବିଭିନ୍ନ ଆନ୍ଦୋଳନ ଓ ପ୍ରତିବାଦ ଶୋଭାଯାତ୍ରାର ନେତୃତ୍ୱ ନେଉଥିବାରୁ ଜମ୍ମୁ-କଶ୍ମୀର ପୁଲିସ୍‌ ଆଗୁଆ ପଦକ୍ଷେପ ନେଇ ସେମାନଙ୍କ ବିରୋଧରେ କାର୍ଯ୍ୟୁନଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର