ସର୍ବକନିଷ୍ଠ ସାଂସଦ ପ୍ରାର୍ଥୀ ତେଜ୍ୱସୀ ସୂର୍ଯ୍ୟଙ୍କ ରାଜନୈତିକ ଗୁରୁ କିଏ, କାହାକୁ ସମର୍ଥନ କରି ଦେଇଥିବା ବୟାନ ପାଇଁ ହୋଇଥିଲା ବିବାଦ?

ନୂଆଦିଲ୍ଲୀ: ଦକ୍ଷିଣ ବେଙ୍ଗାଲୁରର ଲୋକସଭା ପ୍ରାର୍ଥୀ ଭାବେ ବିଜେପି ପକ୍ଷରୁ ୨୮ ବର୍ଷିଅ ଯୁବ ନେତା ତେତ୍ୱସ୍ୱୀ ସୂର୍ଯ୍ୟଙ୍କ ନାମ ଘୋଷଣା କରାଯିବା ପରେ ଏହା ଚାରିଆଡ଼େ ଚହଳ ପକାଇଛି। ତେବେ ଏହି ଯୁବ ନେତାଙ୍କ ବିପକ୍ଷରେ କଂଗ୍ରେସରୁ ନିର୍ବାଚନ ଲଢୁଛନ୍ତି ବିକେ ହରିପ୍ରସାଦ। ତେତ୍ୱସ୍ୱୀ ସୂର୍ଯ୍ୟଙ୍କ ଲୋକପ୍ରିୟତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ତାଙ୍କ ଉପରେ ଥିବା ଅତୁଟ ବୟାନ କରୁଛି ଯେ ସେ ନିର୍ବାଚନ ଜିତିବା ଏକ ପ୍ରକାରର ଥୟ। ତେତ୍ୱସ୍ୱୀ ସୂର୍ଯ୍ୟ ଲଢୁଥିବା ନିର୍ବାଚନ ମଣ୍ଡଳୀରୁ ପୂର୍ବରୁ ସାଂସଦ ଥିଲେ ଭାଜପାର ଦିବଗଂତ ନେତା ଅନନ୍ତ କୁମାର।

ତେବେ, ଜାଣିରଖନ୍ତୁ ଯେ ଯଦି ତେଜ୍ୱସୀ ସୂର୍ଯ୍ୟ ନିର୍ବାଚନ ଜିତିଯାଆନ୍ତି ଯେ ସେ ହେବେ ପ୍ରଥମ ଯୁବ ସାଂସଦ। ସେ ବର୍ତ୍ତମାନେ ବିଜେପିର ପ୍ରଦେଶ ଯୁବ ମୋର୍ଚାର ମହାସଚିବ ଅଛନ୍ତି। ସେ ଏବେ କର୍ଣ୍ଣାଟକ ହାଇକୋର୍ଟରେ ଓକିଲାତି ଅଭ୍ୟାସ କରୁଛନ୍ତି। ଏଭିବିପିରୁ ଛାତ୍ର ନେତା ହୋଇ ସାରିଥିବା ତେଜ୍ୱସୀ ଭାଜପାର ରାଷ୍ଟ୍ରୀୟ ସୋସିଆଲ୍‌ ମିଡିଆ ଟିମ୍‌ରେ ସଦସ୍ୟ ମଧ୍ୟ ଅଛନ୍ତି।

The Hindu

ନିଜେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତେଜ୍ୱସୀଙ୍କ ପ୍ରଶଂସା କରି ସାରିଛନ୍ତି। ମୋଦି ତାଙ୍କ ପ୍ରଶଂସା କରି କହିଛନ୍ତି ‘ତୁମେ ତେଜ୍ୱସୀ ଅର୍ଥାତ, ସୂର୍ଯ୍ୟଙ୍କ ସମାନ।’ ତେବ ଜାଣିରଖନ୍ତୁ ଯେ ତେଜ୍ୱସୀ ଅନନ୍ତ କୁମାରଙ୍କୁ ନିଜ ଗୁରୁ ବୋଲି ମାନନ୍ତି। ଟିକେଟ୍‌ ପାଇବା ପରେ ସେ ବ୍ୟକ୍ତ କରିଛନ୍ତି ଯେ ଅନନ୍ତ କୁମାର ହେଉଛନ୍ତି ତାଙ୍କ ରାଜନୈତିକ ଗୁରୁ।

ପୂର୍ବରୁ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇ ମଧ୍ୟ ଚର୍ଚ୍ଚାରେ ରହି ସାରିଛନ୍ତି। ତେଜ୍ୱସୀ ନିକଟରେ ଏକ ମନ୍ତବ୍ୟ ଦେଇ କହିଥିଲେ, ‘ଯଦି ଆପଣ ନରେନ୍ଦ୍ର ମୋଦିଙ୍କ ସାଥିରେ ଅଛନ୍ତି ତ ଇଣ୍ଡିଆ ସାଥିରେ ଅଛନ୍ତି, ଯଦି ଆପଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନାହାନ୍ତି ତ ଆପଣ ଆଣ୍ଟି-ଇଣ୍ଡିଆନ୍‌’।

ସମ୍ବନ୍ଧିତ ଖବର