ଆଉ ୩ଟି ଆସନର ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର : ଆଜି ୩ୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ହୋଇଥିବାବେଳେ କଂଗ୍ରେସ ଶେଷ ମୂହୂର୍ତ୍ତରେ କେତେକ ପ୍ରାର୍ଥୀଙ୍କୁ ବଦଳାଇଛି । କେନ୍ଦୁଝର ଲୋକସଭା ଆସନରୁ ଫକୀର ନାୟକଙ୍କ ବଦଳରେ ମୋହନ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ତେଲକୋଇ ବିଧାନସଭା ଆସନରୁ ପ୍ରଶାନ୍ତ ଦଳେଇଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ପାଟନା ଲୋକସଭା ଆସନରୁ ଛିଡା ହୋଇଥିବା ଗୋପେଶ୍ୱର ନାୟକଙ୍କୁ ବଦଳାଇ ବିନୋଦ ନାୟକ କରାଯାଇଛି ।

ଏହା ପୂର୍ବରୁ ମଧ୍ୟ କଂଗ୍ରେସ କେତେକ ଆସନର ପ୍ରାର୍ଥୀଙ୍କୁ ବଦଳାଇଥିଲା । ଖୋର୍ଦ୍ଧା ଆସନରୁ ଦିଲ୍ଲୀ ପ ଶ୍ରୀଚନ୍ଦନଙ୍କ ବଦଳରେ ସ୍ୱାଗତିକା ପଟ୍ଟନାୟକ, ଖଣ୍ଡପଡ଼ା ଆସନରୁ ବିନୋଦିନୀ ମହାନ୍ତିଙ୍କ ବଦଳରେ ବସନ୍ତ ମହାରଣା ଓ ପିପିଲି ଆସନରୁ ଯୁଧିଷ୍ଟିର ସାମନ୍ତରାୟଙ୍କ ବଦଳରେ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରାଯାଇଛି । ପିପିଲି ପୂର୍ବତନ ଏମଏଲଏ ଯୁଧିଷ୍ଟିର ସାମନ୍ତାୟ ଙ୍କୁ ପୂର୍ବରୁ ଟିକେଟ ଦିଆଯାଇଥିବାବେଳେ ସେ ଲଢିବା ପାଇଁ ମନା କରିବାରୁ ତାଙ୍କ ସ୍ଥାନରେ ଅଜିତଙ୍କୁ ପ୍ରାର୍ଥୀ କରାଯାଇଛି ।

ସମ୍ବନ୍ଧିତ ଖବର