ବିଶ୍ୱ ଐତିହ୍ୟ ମାନ୍ୟତାପ୍ରାପ୍ତ ସ୍କଟ୍‌ଲାଣ୍ତ୍‌ର ଫୋର୍ଥ‌୍‌ ନଦୀ ଉପରେ ନିର୍ମିତ୨୪୬୭ ମିଟର‌ ଲମ୍ବର ରେଳ-ସେତୁ ‘ଫୋର୍ଥ‌୍‌ ବ୍ରିଜ୍‌’

୨୦୧୫ରେ ବିଶ୍ୱ ଐତିହ୍ୟ ମାନ୍ୟତାପ୍ରାପ୍ତ ସ୍କଟ୍‌ଲାଣ୍ତ୍‌ର ‘ଫୋର୍ଥ‌୍‌ ବ୍ରିଜ୍‌’ ଏକ ରେଳ-ସେତୁ। ଫୋର୍ଥ‌୍‌ ନଦୀ ଉପରେ ଏହାର ନିର୍ମାଣ କାର୍ଯ୍ୟ ୧୮୮୨ରେ ଆରମ୍ଭ ହୋଇଥିଲା। ୧୮୯୦ରେ ଏହା ଉପରେ ରେଳ ଚଳାଚଳ ଆରମ୍ଭ ହୋଇଥିଲା। ସାର‌୍‌ ଜନ୍‌ ଫାଉଲର‌୍‌ ଏବ˚ ସାର‌୍‌ ବେଞ୍ଜାମିନ୍‌ ବେକର‌୍‌ ଏହାର ମୁଖ୍ୟ ନକସାକାର ଓ ସ୍ଥପତି। ଏହା ଏକ କାଣ୍ଟିଲିଭର‌୍‌ ବ୍ରିଜ୍‌। ଲମ୍ବ ୨୪୬୭ ମିଟର‌୍‌। ୧୯୧୯ରେ କାନାଡା ଅନ୍ତର୍ଗତ କ୍ୱିବେକ୍‌ ସେତୁର ନିର୍ମାଣ ପର୍ଯ୍ୟନ୍ତ ଏହା ବିଶ୍ୱର ଦୀର୍ଘତମ ରେଳ-ସେତୁ ଥିଲା। ଏହାର ଅବସ୍ଥିତି ସ୍କଟ୍‌ଲାଣ୍ତ୍‌ର ରାଜଧାନୀ ଏଡିନ୍‌ବରା ଓ ଫିଫି ମଧ୍ୟରେ। ଏହି ସେତୁରେ ଲାଗିଥିବା ଇସପାତର ଓଜନ ଚଉବନ ହଜାର ଟନ୍‌। ଏହାର ରଙ୍ଗ ଗାଢ଼ ଲାଲ। ଦ୍ୱିତୀୟ ବିଶ୍ବ ଯୁଦ୍ଧ କାଳରେ ଜର୍ମାନ୍‌ ବାୟୁସେନାର ଗ୍ରେଟ୍‌ ବ୍ରିଟେନ୍‌ ଆକ୍ରମଣ, ଏହି ସେତୁ ଉପରେ ବୋମା-ମାଡ଼ରୁ ଆରମ୍ଭ ହୋଇଥିଲା। ତେବେ, ‘ଫୋର୍ଥ‌୍‌ ବ୍ରିଜ୍‌’ର କୌଣସି କ୍ଷତି ହୋଇ ନ ଥିଲା। ସ୍କଟ୍‌ଲାଣ୍ତ୍‌ରେ ପ୍ରଚଳିତ ମୁଦ୍ରା(ଏକ ପାଉଣ୍ତ୍‌ କଏନ୍‌) ଓ କରେନ୍‌ସି(କୋଡ଼ିଏ ପାଉଣ୍ତ୍‌ ବ୍ୟାଙ୍କ୍‌ ନୋଟ୍‌)ରେ ଏହାର ଛବି ଅଛି। ବ୍ରିଟିସ୍‌ ଫିଲ୍ମ ‘ଦ ଥାର୍ଟିନାଇନ୍‌ ଷ୍ଟେପ୍‌ସ’ର କିଛି ଦୃଶ୍ୟର ସୁଟି˚ ଏହି ସେତୁ ଉପରେ ହୋଇଥିଲା।

ସମ୍ବନ୍ଧିତ ଖବର