ଘରୋଇ ପରୀକ୍ଷାଗାରକୁ କରୋନାଭାଇରସ ପରୀକ୍ଷା ପାଇଁ ଅନୁମତି ଦିଆଯିବ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ପରୀକ୍ଷାଗାର ସଂଖ୍ୟା ନିଅଣ୍ଟ ପଡ଼ୁଛି । ଏବେ କେବଳ ସରକାରୀ ପରୀକ୍ଷାଗାର ଗୁଡ଼ିକରେ ସଂଦିଗ୍ଧ ଲୋକମାନଙ୍କ ନମୁନା ପରୀକ୍ଷଣ କରାଯାଉଛି । ଫଳରେ ଏଗୁଡ଼ିକ ଉପରେ ଅତ୍ୟଧିକ ଚାପପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି କେତେକ ପ୍ରମୁଖ ଘରୋଇ ପରୀକ୍ଷାଗାରକୁ କରୋନା ପରୀକ୍ଷଣ ପାଇଁ ଅନୁମତି ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ଭେଷଜ ଗବେଷଣା ପରିଷଦ ଦ୍ୱାରା ସ୍ୱୀକୃତିପ୍ରାପ୍ତ ୬୦ଟି ଘରୋଇ ପରୀକ୍ଷାଗାରକୁ ଅନୁମତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏବେ ଏଥିପାଇଁ ନିୟମାବଳୀ ସ୍ଥିରକରାଯାଉଥିବାବେଳେ ଖୁବଶୀଘ୍ର ଏ ସଂପର୍କରେ ଘୋଷଣା କରାଯିବାର ସମ୍ଭାବନା ରହିଛି ।

କରୋନା ଭାଇରସ ଏବେ ବିଶ୍ୱର ୧୬୨ଟି ଦେଶରେ ପହଞ୍ଚିଥିବାବେଳେ ପ୍ରାୟ ୧ ଲକ୍ଷ ୮୩ ହଜାର ଲୋକ ସଂକ୍ରମିତ ହୋଇଛନ୍ତି ଓ ୭୦୦୦ ରୁ ଅଧିକ ମୃତ୍ୟୁବରଣ କରିଛନ୍ତି । ଭାରତରେ ଏପର୍ଯ୍ୟନ୍ତ ୧୩୭ ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ଓ ୩ ଜଣ ମୃତ୍ୟୁବରଣ କରିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର